ପେଟ୍ରୋଲିୟମ ଉତ୍ପାଦ ଉପରେ ୨% ଭାଟ୍ ହ୍ରାସ କଲେ ସରକାର, ଏତେ ଟଙ୍କା ଶସ୍ତା ହେବ ପେଟ୍ରୋଲ ଓ ଡିଜେଲ୍ ଦର

Published By : Prameya-News7 Bureau | January 29, 2021 IST

ଜୟପୁର,୨୯/୦୧:  ସାରା ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇଛି । ଏହାମଧ୍ୟରେ ରାଜସ୍ଥାନ ସରକାର ନିଜ ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେଇଛନ୍ତି । ରାଜ୍ୟ ସରକାର ପେଟ୍ରୋଲିୟମ ଉତ୍ପାଦ ଉପରେ ୨ ପ୍ରତିଶତ ଭାଟ୍ ହ୍ରାସ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ପେଟ୍ରୋଲ ଦର ଲିଟର ପିଛା ୧.୭୦ ଟଙ୍କା ଓ ଡିଜେଲ ଦର ୧.୬୦ ଟଙ୍କା କମିବ । ପରିବହନରେ ବ୍ୟବହୃତ ଗାଡି ଓ କୃଷକଙ୍କୁ ଫାଇଦା ମିଳିବ । ସୂଚନାଯୋଗ୍ୟ, ରାଜ୍ୟର ଶ୍ରୀଗଙ୍ଗାନଗରରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିଥିଲା ।

ରାଜସ୍ଥାନରେ ଭାଟ୍ ଅଧିକ ହୋଇଥିବା ବେଳେ ଯୋଦ୍ଧପୁର ଡିପୋରୁ ଶ୍ରୀଗଙ୍ଗାନଗରର ଦୂରତା ଅଧିକ ଥିବାରୁ ଟ୍ରାଞ୍ଜିଟ୍ ଚାର୍ଜ ମଧ୍ୟ ଲାଗିଥାଏ । ଏହି ଟ୍ରାଞ୍ଜିଟ୍ ଚାର୍ଜ ଖାଉଟିଙ୍କଠାରୁ ହିଁ ନିଆଯାଏ । ଶ୍ରୀଗଙ୍ଗାନଗରରୁ ପଡୋଶୀ ରାଜ୍ୟ ପଞ୍ଜାବରେ ପେଟ୍ରୋଲ ଦର ୧୧ ଟଙ୍କା କମ୍  । ଫଳରେ ପେଟ୍ରୋଲ ଓ ଡିଜେଲର ଚୋରାଚାଲାଣ ମଧ୍ୟ ବୃଦ୍ଧି ପାଇଥାଏ ।

ଏଠାକାର ସରକାର ଅନ୍ୟ ରାଜ୍ୟ ତୁଳନାରେ ଅଧିକ ଭାଟ୍ ଲଗାଇଥାନ୍ତି । ସରକାର ପେଟ୍ରୋଲ ଉପରେ ୩୮ ପ୍ରତିଶତ  ଓ ଡିଜେଲ ଉପରେ ୨୮ ପ୍ରତିଶତ ଭାଟ୍ ଲଗାଇଥାନ୍ତି । ଏହାସହ ୧୦ ପ୍ରତିଶତ ଅତିରିକ୍ତ ଟିକସ୍ ମଧ୍ୟ ଲାଗିଥାଏ । ଫଳରେ ଏଠାରେ ପେଟ୍ରୋଲ ଓ ଡିଜେଲର ଦାମ୍ ଅଧିକ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.