ମାତିଛନ୍ତି ମାଫିଆ : ଚୋରା ଡିଜେଲ ଓ କୋଇଲା ଜବତ, ୬ ଗିରଫ

Published By : Prameya-News7 Bureau | November 20, 2020 IST

ଅନୁଗୋଳ ୨୦।୧୧: ଅନୁଗୋଳ ଜିଲ୍ଲା ତାଳଚେର ଅଞ୍ଚଳରେ ମାତିଛନ୍ତି ଡିଜେଲ ଆଉ କୋଇଲା ମାଫିଆ । ତାଳଚେର କୋଇଲା ଖଣି ଅଞ୍ଚଳରୁ ବ୍ୟାପକ ଡିଜେଲ ଆଉ କୋଇଲା ଜବତ କରିଛି କୋଲିୟାରୀ ପୋଲିସ ।

{"id":364655,"sizeSlug":"large"}

ତାଳଚେର କୋଇଲା ଖଣି ଅଞ୍ଚଳରେ ମାତିଛନ୍ତି ଡିଜେଲ ମାଫିଆ ଆଉ କୋଇଲା ମାଫିଆ । ଖବର ପାଇ ତାଳଚେର କୋଲିୟାରୀ ପୋଲିସ ଚଢ଼ାଉ କରି ୧୨୦୦ ଲିଟର ଡିଜେଲ ଜବତ କରିଛି । ଏହିସବୁ ଡିଜେଲ ଅନନ୍ତ, ଜଗନ୍ନାଥ ଏବଂ ଭରତପୁର କୋଇଲା ଖଣି ଗୁଡିକରୁ ଜବତ ହୋଇଛି । ୪୦ ଲିଟର ଡିଜେଲ ଭର୍ତ୍ତି ୩୦ଟି ଜାର୍କୀନ କୁ ଜବତ କରିଛି କୋଲିୟାରୀ ପୋଲିସ ।ଏହି ଘଟଣାରେ ତାଳଚେର ଅଞ୍ଚଳର ୨ ଜଣକୁ ଗିରଫ କରିଛି ପୋଲିସ ।

{"id":364657,"sizeSlug":"large"}

ସେହିପରି ୨୦ଟନ୍ କୋଇଲା ବୋଝେଇ ଟ୍ରକକୁ ମଧ୍ୟ ଜବତ କରିଛି କୋଲିୟାରୀ ପୋଲିସ ।ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା । ଏହି ଘଟଣାରେ ୪ ଜଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି କୋଲିୟାରୀ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.