ଡୋରାଡୋସ ଫୁଟବଲ କ୍ଲବରୁ ଇସ୍ତଫା ଦେବେ ମାରାଡୋନା

Published By : Prameya-News7 Bureau | June 15, 2019 IST

ମେକ୍ସିକୋସିଟି :  ଆର୍ଜେଣ୍ଟିନା  ପୁଟବଲ ଳିଜେଣ୍ଡ ଡିଏଗୋ ମାରାଡୋନା ମେକ୍ସିକୋର ସେକେଣ୍ଡ ଟାୟାର ଫୁଟବଲ କ୍ଲବ ଡୋରାଡୋସାରୁ ଇସ୍ତଫା ଦେବେ ବୋଲି ଜଣାପଡିଛି। ସ୍ବାସ୍ଥ୍ୟଗତ କାରଣ ଯୋଗୁ ସେ ଏପରି ନିଷ୍ପତି ନେଇଛନ୍ତି। ୫୮ ବର୍ଷ ବୟସ୍କ ମାରାଡୋନା ଗତ ୯ ମାସ ପୂର୍ବେ ଏହି କ୍ଲବର କୋଚ୍ ଦାୟିତ୍ବ ଗ୍ରହଣ କରିଥିଲେ। ତେବେ ସେ ଏବେ ଆଉ ଏହି ଦାୟିତ୍ବ ଅଧିକ କାଳ ତୁଲାଇପାରିବେ ନାହିଁ ବୋଲି ତାଙ୍କ ଓକିଲ ମାତିଆସ୍ ମୋରାଲା ଏକ ଟ୍ବିଟ୍ ବାର୍ତ୍ତାରେ ସୂଚିତ କରିଛନ୍ତି।

{"id":123256}

ମାରାଡୋନା ଏବେ ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟାର ଶିକାର ହୋଇଛନ୍ତି। ତାଙ୍କ କାନ୍ଧ ଓ ଆଣ୍ଠୁରେ ଅପରେସନର ଆବଶ୍ୟକତା ରହିଛି । ଏ ନେଇ ଚିକିତ୍ସକଙ୍କ ସହ ପରାମର୍ଶ ପରେ ମାରାଡୋନା ପଦରୁ ଇସ୍ତଫା ଦେଇ ନିଜର ଚିକିତ୍ସା କରାଇବାକୁ ନିଷ୍ପତି ନେଇଥିବା ଓକିଲ ତାଙ୍କ ଟ୍ବିଟ୍ ହ୍ୟାଣ୍ଡେଲରେ ଉଲ୍ଲେଖ କରିଛନ୍ତି। ତେବେ ଏଥି ପାଇଁ ମାରାଡୋନା ଡୋରାଡୋସ କ୍ଲବ ପ୍ରତି ତାଙ୍କର କୃତଜ୍ଞତା ଜଣାଇଥିବା ଓକିଲ କହିଛନ୍ତି।

{"id":123258}

ଚଳିତ ସିଜିନ ଶେଷରେ ସେ ଚିକିତ୍ସା ନିମନ୍ତେ ଡୋରାଡୋସ ଛାଡିବେ ବୋଲି  ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ଏହା ନିଶ୍ଚିତ ରୂପେ ଦୁଃଖଦ ହେଲେ ତାଙ୍କର ନିଷ୍ପତ୍ତି ବୋଲି ଗଣମାଧ୍ୟମକୁ କହିଥିଲେ। ସେ ଖୁବ୍ ଶୀଘ୍ର ଏ ନେଇ କ୍ଲବର ଅଧ୍ୟକ୍ଷଙ୍କ ସହ ବୈଠକ ନିମନ୍ତେ ନିବେଦନ କରିଥିବା ମଧ୍ୟ ଜଣାଇଥିଲେ। ଯେଉଁଥିରେ ସେ ତାଙ୍କର ନୋଟିସ ଦେବେ ବୋଲି କହିଥିଲେ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.