ମାରାଡୋନାଙ୍କ ବ୍ୟକ୍ତିଗତ କଥା : ୧୩ବର୍ଷରେ ମହିଳାଙ୍କ ସହ ଦୈହିକ ସମ୍ପର୍କ , UFOତାଙ୍କୁ ଉଠାଇ ନେଇଥିଲା …

Published By : Prameya-News7 Bureau | December 24, 2019 IST

ନୂଆଦିଲ୍ଲୀ ୨୪।୧୨: ନିଜ ଆଚରଣ ଓ ଉଚ୍ଚାରଣ ପାଇଁ ଚର୍ଚ୍ଚାରେ ରହୁଥିବା ଲିଜେଣ୍ଟ ଫୁଟବଲ୍‌ର ଡିଆଗୋ ମାରାଡୋନା ତାଙ୍କ ବ୍ୟକ୍ତିଗତ ଜୀବନର କିଛି କଥା କହି ପୁଣି ଚର୍ଚ୍ଚିତ ହୋଇଛନ୍ତି । ସେ ମାତ୍ର ୧୩ବର୍ଷ ବୟସରେ ପ୍ରଥମ ଶାରୀରିକ ସମ୍ପର୍କ ରଖିଥିଲେ । ତାଙ୍କଠାରୁ ଢେର ବୟସ୍କା ଜଣେ ମହିଳାଙ୍କ ସହିତ ୧୩ ବର୍ଷ ବୟସର ବାଳକ ମାରାଡୋନା ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏପରିକି ସେ ନିଶାଗ୍ରସ୍ତ ହୋଇ ନିଖୋଜ ହୋଇଥିବା ଏବଂ ତାଙ୍କୁ ଥରେ ଅଜଣା ଉଡନ୍ତା ଯାନ (UFO) ଅପହରଣ କରିନେଇଥିବା କଥା କହିଛନ୍ତି ମାରାଡୋନା । ତାଙ୍କର ଏହି ବ୍ୟକ୍ତିଗତ କଥା ଏବେ ଆଲୋଚନାକୁ ଖୋରକ ଯୋଗାଇଛି ।   

{"id":202025,"width":566,"height":317,"sizeSlug":"large"}

ସୂଚନାଯୋଗ୍ୟ ଯେ, ଆର୍ଜେଣ୍ଟିନାର ମହାନ ଫୁଟବଲ ଖେଳାଳି  ଡାଏଗୋ ମାରାଡୋନା ମାତ୍ର ୧୩ବର୍ଷ ବୟସରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା କଥା କହିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇଥିବା ସମୟରେ ଏହି ଘଟଣା ସମ୍ପର୍କରେ ସେ କହିଛନ୍ତି । ତାଙ୍କୁ ଯେତେବେଳେ ୧୩ବର୍ଷ ବୟସରେ ତାଙ୍କ ଠାରୁ ବୟସରେ ବଡ ଜଣେ ମହିଳାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ ।  ଏପରିକି ସେ ନିଶାଗ୍ରସ୍ତ ହୋଇ ନିଖୋଜ ହୋଇଥିଲେ । ତିନିଦିନ ପର୍ଯ୍ୟନ୍ତ ଗୋଟିଏ ଉଡନ୍ତା ଯାନ  (UFO) ଅପହରଣ କରିନେଇଥିଲା । ତେବେ ତିନିଦିନ ପରେ ମାରାଡୋନା ଯେତେବେଳେ ଘରକୁ ଫରେଥିଲେ, ସେତେବେଳେ ପରିବାର ଲୋକ କେଉଁଆଡେ ଯାଇଥିଲ ବୋଲି ପ୍ରଶ୍ନ କରିଥିଲେ । କିନ୍ତୁ ମାରାଡୋନା ପରିବାର ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଥିଲେ କି, ସେ ନିଖୋଜ ସମ୍ପର୍କରେ କିଛି କହିପାରିବେ ନାହିଁ କହିଥିଲେ।

{"id":202026,"width":587,"height":329,"sizeSlug":"large"}

ସେହିପରି ୨୦୧୦ ଫୁଟବଲ ବିଶ୍ବକପ ସମୟରେ ଆର୍ଜେଣ୍ଟିନା ଜର୍ମାନୀ ଟିମ୍ ଠାରୁ ପରାସ୍ତ ହୋଇଥିଲେ । ମ୍ୟାଚରେ ପରାସ୍ତ ପରେ ଲିୟୋନାଲ ମେସି ନିଜ ଗାଧୋଇବା ସମୟରେ ସାଓ୍ବାର ତଳେ କାନ୍ଦୁଥିବା ସେ ଦେଖିଥିଲେ ବୋଲି ମାରାଡୋନା କହିଛନ୍ତି । ମାରାଡୋନା ସେତେବେଳେ ଆର୍ଜେଣ୍ଟିନା ଜାତୀୟ ଫୁଟବଲ ଟିମ୍‌ର ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । କେତେକ ସମୟରେ ମାରାଡୋନା ରାତିରେ ଶୋଇବା ପୂର୍ବରୁ ଫୁଟବଲ ଖେଳିଥାନ୍ତି ବୋଲି ସାକ୍ଷାତକାରରେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.