Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଲାଇଭ ସଙ୍ଗୀତ କାର୍ଯ୍ୟକ୍ରମରେ ଟଳି ପଡିଲେ କଣ୍ଠଶିଳ୍ପୀ -ଦଖନ୍ତୁ ଭିଡିଓ

4/09/2019 at 3:28 PM

ମାଙ୍ଗାଲୁର – ଲୋକପ୍ରିୟ କୋଙ୍କଣୀ କଣ୍ଠଶିଳ୍ପୀ ଜେରୀ ବାଜୋଡି ଏକ ସଙ୍ଗୀତ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରୁଥିବା ବେଳେ ଟଳି ପଡିଛନ୍ତି । ସେ ଏକ ଗଣେଶ ଉତ୍ସବରେ ସଙ୍ଗୀତ ପରିବେଷଣ କରୁଥିଲେ । ମଞ୍ଚ ଉପରେ ମାଇକ୍‌ ଧରିଥିବା ଅବସ୍ଥାରେ ତାଙ୍କର ହୃଦଘାତ ହୋଇଥିଲା । ସେଠାରେ ସେ ଟଳି ପଡିଥିଲେ ।


ବାଜୋଡିଙ୍କର ଏହି ଶେଷ ସଙ୍ଗୀତ କାର୍ଯ୍ୟକ୍ରମର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ୍‌ ହୋଇଛି । ସେ କୋଙ୍କଣୀରେ ଅନେକ ଲୋକପ୍ରିୟ ଗୀତ ଗାଇଛନ୍ତି । ଆକାଳେ ଡିଣ୍ଡା, ଧାରେଗିଲିଡା ରାମ୍ଭେ ଅତି ଲୋକ ପ୍ରିୟ ସଙ୍ଗୀତ ଥିଲା । ସେ କନ୍ନଡ ସିନେମା ‘ଛନ୍ଦା ନନ୍ଦା ଗୋଭେରେ ଏହାକୁ ପରିବେଷଣ କରିଥିଲେ ।

ଗୀତ ଗାଉଥିବା ସମୟରେ ସେ କ୍ଲାନ୍ତ ଦେଖାଯାଉଥିଲେ । ପରେ ସେ ଆଗକୁ ଝୁଙ୍କି ପଡିବା ସହ ଟଳି ପଡିଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ଟିଓଆଇରେ ଏ ନେଇ ଖବର ପ୍ରକାଶିତ ହୋଇଛି ।
ଦେଖନ୍ତୁ ଭିଡିଓ

   Related Posts