Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ମଣିଷ ମୃତଦେହ ବୋଲି ଚର୍ଚ୍ଚା ହେଲା, ହେଲେ ବସ୍ତା ଖୋଲିବାରୁ ବାହାରିଲା…

17/05/2021 at 11:09 PM

ବଲାଙ୍ଗୀର,୧୭।୦୫: ବଲାଙ୍ଗୀର ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ବସ୍ତା ରେ ବନ୍ଧା ହୋଇ ଖୋଲା ସ୍ଥାନରେ ପଡ଼ିଥିବା ଏକ ମୃତଦେହକୁ ନେଇ ଦ୍ୱନ୍ଦ ସୃଷ୍ଟି ହୋଇଥିଲା l ଯାହାକୁ ନେଇ କିଛି ଲୋକ ରୁଣ୍ଡ ହେବା ସହ ଏହା କଣ ଜାଣିବା ପାଇଁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଛି l

ଘଟଣା ଅନୁସାରେ, ପରିତ୍ୟକ୍ତ ଖୋଲା ସ୍ଥାନରେ ପଡ଼ିଥିବା ଏକ ପଲିଥିନ ବସ୍ତା ଉପରେ ଶାଢ଼ୀ ଗୁଡ଼ା ହୋଇଥିଲା । ପୁଣି ତା’ଉପରେ କଦଳୀ ପତ୍ର ବାନ୍ଧି ଏକ ପରିତ୍ୟକ୍ତ ପଡିଆ କଡ଼ରେ ପଡିରହିଥିଲା । ଏହାକୁ ଦେଖିବା ମାତ୍ରେ ସମସ୍ତେ ମଣିଷ ମୃତଦେହ ବୋଲି କହିଲେ । ଖବର ପାଇ ଟାଉନ ପୁଲିସ ଘଟଣାସ୍ଥଳରେ ପହଂଚି ଦେଖିବାରୁ ସେମାନଙ୍କୁ ମଧ୍ୟ ମଣିଷ ମୃତଦେହ ବୋଲି ଜଣାପଡିଲା ।

ଏହାପରେ ପିପିଇ କିଟ ପିନ୍ଧି ଉକ୍ତ ବସ୍ତାକୁ ଖୋଲିବାରୁ ସେଥିରୁ ଏକ ମୃତ ବିଦେଶୀ କୁକୁରର ମୃତଦେହ ମିଳିଲା । ଏହି ଘଟଣାଟି ସହରରେ ପ୍ରଚାରିତ ହେବା ପରେ ଚର୍ଚା ଜୋର ଧରିଛି ।

   Related Posts