Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବେଙ୍ଗଲରେ ଐତିହାସିକ ବିଜୟ ମୁହାଁ ଟିଏମସି, ଏବେ ଆସିଲା ଦିଦିଙ୍କ ପ୍ରତିକ୍ରିୟା

2/05/2021 at 5:49 PM

କୋଲକାତା ୨/୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଐତିହାସିକ ବିଜୟ ପଥରେ ଆଗେଇ ଚାଲିଛି। ୨୧୫ ସିଟ୍‌ରେ ଆଗୁଆ ଚାଲିଥିବା ଟିଏମସିକୁ ଚାରିଆଡ଼ୁ ଶୁଭେଚ୍ଛା ଛୁଟିଛି। ଏହାରି ଭିତରେ ନିଜର ନିକଟତମ ପ୍ରତିଦ୍ବନ୍ଦି ଶୁଭେନ୍ଦୁ ଅଧିକାରୀଙ୍କଠୁ ହାରିଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ପୁଣି ଥରେ ମମତାଙ୍କ ସରକାର ଆସୁଥିବା ବେଳେ ଏବେ ନିଜେ ଆସି ପ୍ରତିକ୍ରିୟା ଦେଇଛନ୍ତି ଦିଦି।

ମମତାଙ୍କ ଗୋଡ଼ରେ ପ୍ଲାଷ୍ଟର ନଥିବା ବେଳେ ସେ ମଞ୍ଚରେ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି କହିଛନ୍ତି, ଜୟ ବଙ୍ଗାଲ, ବେଙ୍ଗଲ ହିଁ କରିପାରିବ। କାର୍ଯ୍ୟକର୍ତ୍ତାଙ୍କୁ ମାସ୍କ ପିନ୍ଧିବା ସହ ଶାନ୍ତିରେ ଘରକୁ ଫେରିବାକୁ ଅପିଲ୍‌ କରିଛନ୍ତି ମମତା ବାନାର୍ଜୀ।  ନନ୍ଦିଗ୍ରାମ ବେଙ୍ଗଲର ସବୁଠୁ ହାଇପ୍ରୋଫାଇଲ୍‌ ସିଟ୍‌ ଭାବେ ପରିଗଣିତ। ଏକ ଏପ୍ରିଲ୍‌ରେ ସେଠାରେ ୮୮ପ୍ରତିଶତ ମତଦାନ ହୋଇଥିଲା। ଏଠାରୁ ଟିଏମସି ମୁଖ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଜେପିରୁ ଶୁଭେନ୍ଦୁ ଅଧିକାରୀ ଲଢ଼େଇ କରିଥିଲେ। ଲେଫ୍ଟରୁ ମୀନାକ୍ଷି ମୁଖାର୍ଜୀ ମୈଦାନରେ ଥିଲେ।

ଏହି ଆସନକୁ କବଜା କରିବା ପାଇଁ ମମତା ଏବଂ ଶୁଭେନ୍ଦୁ ସବୁ ପ୍ରକାର ପ୍ରଚେଷ୍ଟା କରିଥିଲେ। ଏହା ଦୀର୍ଘ ସମୟ ଧରି ଲେଫ୍ଟ କବଜାରେ ଥିଲା। ନନ୍ଦିଗ୍ରାମ ଭୂମି ଆନ୍ଦୋଳନ ପରେ ଟିଏମସି ଏହାକୁ ନିଜ ଅକ୍ତିଆରକୁ ନେଇଆସିଥିଲା। ୫ ଜାନୁଆରୀ ୧୯୫୫ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ମମତା ବାନାର୍ଜୀ ନିଜ ସଂଘର୍ଷ ଏବଂ ଉଦ୍ୟମ ବଳରେ ‘ମା, ମାଟି ଏବଂ ମାନୁଷ’ ନାରା ଦେଇ ୨୦୧୧ରେ ପଶ୍ଚିମବଙ୍ଗର ଲେଫ୍ଟ ଦୁର୍ଗକୁ ଧ୍ବସ୍ତ କରି ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ୫ ବର୍ଷ ପରେ ପ୍ରଥମ ତୁଳନାରେ ଅଧିକ ଶକ୍ତିଶାଳୀ ହେବା ସହ ଦ୍ବିତୀୟ ଥିର ମୁଖ୍ୟମନ୍ତ୍ରୀ ହୋଇଥିଲେ ମମତା। ତୃତୀୟ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ନେଇ ନନ୍ଦିଗ୍ରାମରୁ ମୈଦାନୁ ସେ ଓହ୍ଲାଇଥିଲେ। ଏବେ ତାଙ୍କ ପାର୍ଟି ମଧ୍ୟ ପୁଣିଥରେ ଶାସନକୁ ଫେରିବାକୁ ଯାଉଛି।

   Related Posts