କଙ୍ଗନାଙ୍କ ବିରୋଧରେ ଚୋରି ଅଭିଯୋଗ: କପିରାଇଟ୍ ଆଇନ ଉଲଙ୍ଘନ ଆରୋପ
15/01/2021 at 12:53 PM

ମୁମ୍ବାଇ ୧୫/୦୧ : ଅଭିନେତ୍ରୀ କଙ୍ଗନା ରଣାୱତ ନିଜର ଆଗାମୀ ଫିଲ୍ମ ମଣିକର୍ଣ୍ଣିକା ରିଟର୍ନସ କୁ ଆଗକୁ ବଢାଇବାକୁ ଘୋଷଣା କରିଛନ୍ତି। ପଙ୍ଗା ଗାର୍ଲ ଖୁବ ଶୀଘ୍ର ‘ମଣିକର୍ଣ୍ଣିକା ରିଟର୍ନସ-ଦ ଲେଡିଜ୍ ଅଫ୍ ଦିଦ୍ଦା’ରେ ନଜର ଆସିବେ। ଝାନ୍ସୀ ରାଣୀଙ୍କ ଉପରେ ଆଧାରିତ ଥିଲା ମଣିକର୍ଣ୍ଣିକା। ଏହି ଫିଲ୍ମରେ କାଶ୍ମୀର ରାଣୀଙ୍କ କାହାଣୀ ରହିଛି। ଫିଲ୍ମ ଘୋଷଣା ପରେ ଅଭିନେତ୍ରୀଙ୍କ ଉପରେ ଚୋରି ଅଭିଯୋଗ ହୋଇଛି। ‘ଦିଦ୍ଦା’ର ଲେଖକ ଆଶିଷ କୌଲ ଆରୋପ ଲଗାଇଛନ୍ତି ଯେ କଙ୍ଗନା ତାଙ୍କ କାହାଣୀ ଚୋରି କରିଛନ୍ତି।

ଆଶିଷ କୌଲ କଙ୍ଗନାଙ୍କ ବିରୋଧରେ କପିରାଇଟ ଆରୋପ ଲଗାଇଛନ୍ତି। ଏକ ଇଣ୍ଟରଭ୍ୟୁ ବେଳେ ସେ କହିଛନ୍ତି ଯେ ନିଜ ଅଧିକାରୀ ପାଇଁ ଲଢ଼ୁଥିବା କଙ୍ଗନା ମୋ ଭଳି ଲେଖକଙ୍କ ଅଧିକାରଙ୍କ ଖୁଲମଖୁଲ୍ଲା ଅପବ୍ୟବହାର କରୁନାହାନ୍ତି। କଙ୍ଗନା ଅଧିକାରର ଘୋର ଉଲଙ୍ଘନ କରିଛନ୍ତି। ଏହା ବେଆଇନ ଏବଂ ଦେଶର ଆଇପିଆର କପିରାଇଟ୍ ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି ସେ କହିଛନ୍ତି।
ଆଗକୁ ସେ କହିଛନ୍ତି, ‘କଙ୍ଗନାଙ୍କ ଏହି ଅନ୍ଦାଜ ବୁଝି ହେଉନାହିଁ। ଏହାକୁ ମୁଁ ଇଣ୍ଟେଲେକ୍ଚୁଆଲ ଚୋରି ବୋଲି କହିବି।’
ଆଶିଷ କହିଛନ୍ତି ‘କଙ୍ଗନା ଦାବି କରିପାରନ୍ତି ଯେ ଦିଦ୍ଦା ଏକ ଐତିହାସିକ ବ୍ୟକ୍ତିତ୍ୱ। ଏହି ତଥ୍ୟକୁ ଛାଡି ଦୁନିଆର କୌଣସି ଇତିହାସକାର ତାଙ୍କ ସମ୍ପର୍କରେ ଦୁଇ ପୃଷ୍ଠା ମଧ୍ୟ ଲେଖି ନାହାନ୍ତି। କିନ୍ତୁ ମୁଁ ଏଥିପାଇଁ ୬ ବର୍ଷ ଅନୁସନ୍ଧାନ କରିଛି ଏବଂ ସବୁ ତଥ୍ୟ ଯୋଗାଡ଼ କରିଛି ।’
ଗୁରୁବାର ଦିନ କଙ୍ଗନା ରଣାୱତ ‘ମଣିକର୍ଣ୍ଣିକା ରିଟର୍ନସ-ଦ ଲେଡିଜ୍ ଅଫ୍ ଦିଦ୍ଦା’ ଫିଲ୍ମ କରିବାକୁ ଘୋଷଣା କରିଥିଲେ। ଏହି ଫିଲ୍ମ ସେ ଫିଲ୍ମ ନିର୍ମାତା କମଲ ଜୈନଙ୍କ ସହ ମିଶି କରିବେ। ଟ୍ୱିଟ୍ କରି ସେ କହିଥିଲେ, “ଆମ ଭାରତବର୍ଷ ଝାନ୍ସୀ ରାଣୀ ଭଳି ଅନେକ ବିରଙ୍ଗନାଙ୍କ କାହାଣୀର ସାକ୍ଷୀ। ଏହିଭଳି ଆଉ ଏକ କାହାଣୀ ଅଛି, କାଶ୍ମୀର ରାଣୀଙ୍କର ଯିଏ ମହମୁଦ ଗଜନବିଙ୍କୁ ଦୁଇଥର ପରାସ୍ତ କରିଥିଲେ।”