Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଜାଣନ୍ତି କି ଉଡ଼ାଜାହାଜରେ ପାଇଲଟ୍ ଓ ସହ-ପାଇଲଟ୍‌ଙ୍କୁ ଦିଆଯାଏ ଅଲଗା ଅଲଗା ଖାଦ୍ୟ, ଏପରି କାହିଁକି ?

5/12/2021 at 11:07 PM

ନୂଆଦିଲ୍ଲୀ ୦୫/୧୨ : ଆପଣ ଯଦି କେବେ ଉଡ଼ାଜାହାଜରେ ଯାଇଥିବେ ତା ହେଲେ ଜାଣିଥିବେ ଏଥିରେ ଦୁଇଜଣ ପାଇଲଟ ଥାଆନ୍ତି । ରେଳ ଗାଡ଼ି ଭଳି ଉଡ଼ାଜାହାଜରେ ଯାତ୍ରୀମାନଙ୍କର ସୁରକ୍ଷା ଓ ଜରୁରିକାଳୀନ ପରିସ୍ଥିତି ପାଇଁ ଦୁଇଜଣ ପାଇଲଟ ନିୟୋଜିତ ଥାଆନ୍ତି। ଆପଣ ଜାଣନ୍ତି କି ପାଇଲଟ ଓ ସହ-ପାଇଲଟଙ୍କୁ ଅଲଗା ଅଲଗା ଖାଦ୍ୟ ପରସା ଯାଇଥାଏ କାହିଁକି ? ଆସନ୍ତୁ ଜାଣିବା…

୧୯୮୪ ମସିହାରେ ଖରାପ କନକଡ଼ ଏୟାର ଲାଇନର ଏକ ସୁପରସୋନିକ ବିମାନରେ ଯାତ୍ରୀ ଓ କ୍ରୁ ମେମ୍ବର ମାନେ ନିମ୍ନମାନର ଖାଦ୍ୟ ଖାଇବା ହେତୁ ବିମାନରେ ୧୨୦ଜଣ ଯାତ୍ରୀଙ୍କ ସହିତ କର୍ମଚାରୀ ମାନଙ୍କର ଫୁଡ ପଏଜନ ହୋଇଯାଇଥିଲା। ଏହି କାରଣରୁ ସମସ୍ତଙ୍କୁ ଜ୍ୱର, ବାନ୍ତି ହେବା ସହ ଡାଏରିଆ ମଧ୍ୟ ହୋଇଥିଲା। ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ଏହି କାରଣରୁ ଜଣଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା। ଟେଲିଗ୍ରାଫ ଖବର କାଗଜ ଅନୁସାରେ ବ୍ରିଟିଶ ରେଜିଷ୍ଟ୍ରେଡ ଏୟାର ଲାଇନ୍ସରେ ଫୁଡ ପଏଜନ କାରଣରୁ ୨୦୦୯ରେ ୩୨ଟି ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୦୭ ମସିହାରେ ୩୯ଟି ମାମଲା ସାମ୍ନାକୁ ଆସିଥିଲା।

ବହୁତ ସମୟରେ ଏପରି ଘଟଣା ସାମ୍ନାକୁ ଆସିଛି ଉଡ଼ାଜାହାଜରେ ଖାଇଲେ ଯାତ୍ରୀମାନଙ୍କୁ ଫୁଡ ପଏଜନ ହୋଇଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଏବେ ବହୁତ ସତର୍କତାର ସହିତ ପଦକ୍ଷେପ ନିଆଯାଉଛି। ପାଇଲଟ ଓ ସହ-ପାଇଲଟଙ୍କୁ ଫୁଡ ପଏଜନରୁ ବଞ୍ଚାଇ ସୁସ୍ଥ ଓ ସୁରକ୍ଷିତ ରଖିବାପାଇଁ ଅଲଗା ଅଲଗା ଖାଦ୍ୟ ଖାଇବାକୁ ଦିଆଯାଏ । ଯଦି ହଠାତ ବିମାନରେ ଜଣେ ପାଇଲଟଙ୍କୁ ଫୁଡ ପଏଜନ ହୁଏ ତାହେଲେ ଆଉଜଣେ ପାଇଲଟ ସୁରକ୍ଷିତ ଅବସ୍ଥାରେ ନିଜ ଦାୟିତ୍ୱ ତୁଲାଇ ପାରିବେ।

   Related Posts