କ’ଣ ସତରେ ବାନର ସେନା ନିର୍ମାଣ କରିଥିଲେ ରାମ ସେତୁ ? ସବୁ କିଛି ଜାଣିବା ପାଇଁ ASI ଆରମ୍ଭ କରିବ ଅଣ୍ଡର ଓ୍ଵାଟର ପ୍ରୋଜେକ୍ଟ
14/01/2021 at 2:30 PM

ନୂଆଦିଲ୍ଲୀ ୧୪।୦୧: କଣ ସତରେ ବାନର ସେନା ରାମ ସେତୁ ନିର୍ମାଣ କରିଥିଲେ। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପଥରରେ ନିର୍ମିତ ରାମ ସେତୁ କେବେ ଏବଂ କେମିତି ନିର୍ମିତ ହେଲା ଏହାର ସନ୍ଧାନ ପାଇଁ ଚଳିତ ବର୍ଷ ପାଣି ଭିତରେ ଏକ ପ୍ରୋଜେକ୍ଟ ଆରମ୍ଭ ହେବାକୁ ଯାଉଛି। ଏହି ପ୍ରକଳ୍ପ ଉପରେ କାମ କରୁଥିବା ବୈଜ୍ଞାନିକ କହିଛନ୍ତି ଏହି ଅଧ୍ୟୟନ ତ୍ରତେୟା ଯୁଗରେ ବର୍ଣ୍ଣିତ ରାମାୟଣ ବିଷୟରେ ଅନେକ କିଛି ଜାଣିବା ପାଇଁ ବେଶ ସହାୟକ ହେବ। ଭାରତୀୟ ପତ୍ନତତ୍ତ୍ଵ ସର୍ବେକ୍ଷେଣ(ଏଏସଆଇ) ଦ୍ଵାରା ହେବାକୁ ଥିବା ଏହି ଅଧ୍ୟୟନ ଉପରେ କେନ୍ଦ୍ରୀୟ ପରାମର୍ଶଦାତା ବୋର୍ଡ ଗତ ମାସରେ ସିଏସଆଇଆର-ରାଷ୍ଟ୍ରୀୟ ସମୁଦ୍ର ବିଜ୍ଞାନ ସଂସ୍ଥାନ, ଗୋଆ(ଏନଆଇଓ) ଦ୍ଵାରା ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିଲା।
ଟାଇମ୍ସ ଅଫ ଇଣ୍ଡିଆର ଖବର ଅନୁଯାୟୀ, ଏନଆଇଓ ନିର୍ଦ୍ଦେଶକ ପ୍ରଫେସର ସୁନିଲ କୁମାର ସିଂହ କହିଛନ୍ତି, ଭୂବୈଜ୍ଞାନିକ ଓ ଅନ୍ୟ ସହାୟକ ପର୍ଯ୍ୟାବରଣ ତଥ୍ୟ ସହ ରେଡିଓମେଟ୍ରିକ ଓ ଥର୍ମୋଲ୍ୟୁନିନିସେ(ଟିଏଲ) ଆଧାରରେ ପ୍ରସ୍ତାବିତ ପ୍ରକଳ୍ପର ଅଧ୍ୟୟନ କରାଯିବ। ମୁଙ୍ଗା ବିଶିଷ୍ଟ କ୍ୟାଲସିୟମ କାର୍ବୋନେଟ୍ ସାହାଯ୍ୟରେ ସେହି ସମୟର ସରଞ୍ଚନା କାଳର ସନ୍ଧାନ କରାଯିବ।

ରେଡିଓମ୍ୟାଟ୍ରିକ ଡେଟିଙ୍ଗ କୌଣସି ବସ୍ତୁର ଆୟୁ ବିଷୟରେ ଜାଣିବା ପାଇଁ ରେଡିଓଆକ୍ଟିଭ୍ର ଉପଯୋଗ କରିଥାଏ। ଯେବେ କୌଣସି ବସ୍ତୁକୁ ଗରମ କରାଯାଏ ତେବେ ଟିଏଲ ଡେଟିଙ୍ଗ ପ୍ରକାଶର ବିଶ୍ଳେଷଣ କରିଥାଏ। ଏହି ସବୁ ଅଧ୍ୟୟନ ଜରିଆରେ ରାମ ସେତୁ କେଉଁ ସମୟରେ ନିର୍ମାଣ କରାଯାଇଥିଲା ତାର ସନ୍ଧାନ କରାଯିବ ବୋଲି ପ୍ରଫେସର ସୁନିଲ କୁମାର ସିଂହ କହିଛନ୍ତି।
ବାନର ସେନା ନିର୍ମାଣ କରିଥିଲେ ରାମ ସେତୁ ?

ଏହି ପ୍ରୋଜେକ୍ଟ ଧାର୍ମିକ ଓ ରାଜନୈତିକ ଦୃଷ୍ଟିରୁ ଅଧିକ ମହତ୍ଵ ରଖୁଛି। ହିନ୍ଦୁ ଧର୍ମର ପୁସ୍ତକରେ ରାମାୟଣରେ କୁହାଯାଇଛି ‘ବାନର ସେନା’ ପ୍ରଭୁ ରାମଙ୍କୁ ଲଙ୍କା ପାର କରାଇବା ଓ ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ର ଉପରେ ଏକ ସେତୁ ନିର୍ମାଣ କରିଥିଲେ। ୪୮ କିଲୋମିଟର ଲମ୍ବର ଏହି ସେତୁ ବିଷୟରେ ରାମାୟଣ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଦାବି କରାଯାଇଛି ଏହା ମାନବ ନିର୍ମିତ। ୨୦୦୭ରେ ଏଏସଆଇ କହିଥିଲେ ଯେ ଏଥିରେ କୌଣସି ପ୍ରମାଣ ମିଳିନାହିଁ ଯେ ଏହା ମାନବ ନିର୍ମିତ। ପରେ ଏଏସଆଇ ସର୍ବୋଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ନିଜର ସତ୍ୟପାଠକୁ ଫେରାଇ ନେଇଥିଲା।
ରାମାୟଣ ସମୟକୁ ନେଇ ପତ୍ନତତ୍ତ୍ଵ ଓ ବୈଜ୍ଞାନିକ ମଧ୍ୟରେ ଏକ ବିତର୍କର ବିଷୟ ରହିଛି। ରାମ ସେତୁ ଓ ଏହାର ଆଖପାଖର ଭୌଗୋଳିକ ଅବସ୍ଥିତି, ପ୍ରକୃତି ଓ ଗଠନକୁ ବୁଝିବା ପାଇଁ ପାଣି ଭିତରେ ପ୍ରତ୍ନତତ୍ତ୍ଵ ଅଧ୍ୟୟନ କରାଯିବାର ପ୍ରସ୍ତାବ ରହିଛି।