ରଣବୀର କପୁର ଓ ଆଲିୟା ଭଟ୍ଟ ଲୁଚିଛପି କଲେ ବିବାହ, ଫଟୋ ହେଉଛି ଭାଇରାଲ

Published By : Prameya-News7 Bureau | September 04, 2019 IST

ମୁମ୍ବାଇ୪|୯: ସୋସିଆଲ ମିଡିଆ ମାଧ୍ୟମରେ ଆଲିୟା ଭଟ୍ଟ ଓ ରଣବୀର କପୁରଙ୍କ ବିବାହ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋ ଦେଖି ଦର୍ଶକ ଆଶ୍ଟର୍ଯ୍ୟ ହୋଇଛନ୍ତି। ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ଅଭିନେତା ରଣବୀର କପୁରଙ୍କ ସଂପର୍କ ବେଶ ଚର୍ଚ୍ଚାରେ ରହେ।

{"id":152846,"width":581,"height":465}

ତେବେ ଆଲିୟାଙ୍କ ବ୍ରାଇଡ ଲୁକ୍‌ର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ରଣବୀରଙ୍କର ଏଭଳି ଫଟୋ ଦେଖି ଅନେକ ଝିଅଙ୍କ ମନ କଷ୍ଟ ହୋଇଛି। ଉଭୟଙ୍କ ବ୍ଲାକ ଏଣ୍ଡ ହ୍ବାଇଟ୍‌ ଫଟୋ ହଇଚଇ ସୃଷ୍ଟି କରିଦେଇଛି।

{"id":152847,"width":582,"height":349}

ହଠାତ୍‌ ଏମାନଙ୍କ ବିବାହ ହେବା କାହାରି ହଜମ୍‌ ହେଉନାହିଁ। ଋଷି କପୁରଙ୍କ ଜନ୍ମଦିନ ଅବସରରେ ଏହି ଫଟୋ ସାମ୍ନାକୁ ଆସିଛି। ତେବେ ଦର୍ଶକଙ୍କ ମନରେ ଯଦି ଉଭୟଙ୍କ ବିବାହ ନେଇ ପ୍ରଶ୍ନ ଉଠୁଛି ତାହେଲେ ଫଟୋର ସତ୍ୟତା କଣ ଜାଣନ୍ତୁ।

{"id":152848,"width":594,"height":334}

ରଣବୀର ଓ ଆଲିୟା ଉଭୟଙ୍କୁ ଡେଟ୍‌ କରୁଛନ୍ତି ସତ ହେଲେ ବିବାହ ବିଷୟରେ ପଚାରିଲେ ଦୁହେଁ ଚୁପ୍‌ ରହୁଛନ୍ତି।  ଆଲିୟା ଓ ରଣବୀର ଏବେ ବ୍ରହ୍ମାସ୍ତ୍ର ଫିଲ୍ମର ଶୁଟିଂରେ ବ୍ୟସ୍ଥ ଅଛନ୍ତି।ତେବେ ଏହା ଫଟୋସପ୍‌ ବା କୈଣସି ଶୁଟିଂ ସେଟର ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ।

{"id":152849}

ଉଭୟଙ୍କ ପରିବାର ମଧ୍ୟ ଏହି ବିବାହ ପାଇଁ ଏବେ ରାଜି ନାହାନ୍ତି। ଏହା ବ୍ୟତୀତ ରଣବୀର ଓ ଆଲିୟା ନିଜେ ଏବେ ବିବାହ ପାଇଁ ପ୍ରସ୍ତୁତ ନାହାନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.