Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

‘ଝିଅ ଜନ୍ମ ହେବ ବୋଲି ଡରୁଥିଲେ କି ନୀତିଶ ?’ ତେଜସ୍ବୀଙ୍କ ପ୍ରଶ୍ନକୁ ନେଇ ବିଧାନସଭାରେ ହଟ୍ଟଗୋଳ

27/11/2020 at 4:06 PM

ପାଟନା ୨୭/୧୧: ବିହାର ବିଧାନସଭାରେ ହାଇଡ୍ରାମା। ବ୍ୟକ୍ତିଗତ ଟିପ୍ପଣୀଙ୍କୁ ନେଇ ଗୃହ ସରଗରମ। ବିରୋଧୀ ଦଳ ନେତା ତେଜସ୍ବୀ ଯାଦବଙ୍କ ମନ୍ତବ୍ୟକୁ ନେଇ ହଙ୍ଗାମା କଲା ଶାସକ ଦଳ। ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଉପରେ ତେଜସ୍ବୀ ବ୍ୟକ୍ତିଗତ ଟିପ୍ପଣୀ କରିବାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି।

ଉପ ମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ତେଜସ୍ବୀଙ୍କ ମନ୍ତବ୍ୟକୁ ଲଜ୍ଜାଜନକ କହିବା ସହ ଗୃହରେ ଏଭଳି ଟିପ୍ପଣୀ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଉପରେ ଏଭଳି ଟିପ୍ପଣୀ ଠିକ୍ ନୁହେଁ ଏବେ ଏକ ଖରାପ ପରମ୍ପରାର ଆରମ୍ଭ ହୋଇଛି ବୋଲି ତାରାକିଶୋର କହିଛନ୍ତି। ନିର୍ବାଚନୀ ମୈଦାନରୁ ନୀତିଶ କୁମାରଙ୍କ ଉପରେ ଖପ୍ପା ତେଜସ୍ବୀ ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ବ୍ୟକ୍ତିଗତ ଟିପ୍ପଣୀ କରିଛନ୍ତି।

ନିର୍ବାଚନୀ ସଭାରେ ଲାଲୁଙ୍କ ୯ ପିଲାଙ୍କ କଥା କହୁଥିଲେ। କହିଥିଲେ ଝିଅ ଉପରେ ଭରସା ନଥିଲା, ପୁଅ ପାଇଁ ୯ ଟି ଛୁଆ ଜନ୍ମ ନେଇଥିଲେ। ନୀତିଶ କୁମାରଙ୍କୁ ଝିଅ ଜନ୍ମ କରିବାକୁ ଡର ଲାଗୁଥିଲା କି ବୋଲି ତେଜସ୍ବୀ ପ୍ରଶ୍ନ କରିବା ସହ ଏଥିପାଇଁ ନୀତିଶ କୁମାର ଦ୍ବିତୀୟ ପିଲା ଜନ୍ମ କରିନଥିଲେ ବୋଲି କହିଥିଲେ।

ତେଜସ୍ବୀଙ୍କ ମନ୍ତବ୍ୟକୁ ନେଇ ମେଣ୍ଟ ଶାସକ ଦଳ ଗୃହରେ ଘୋର ପ୍ରତିବାଦ କରିଥିଲା । ତେବେ ଏହାକୁ ଘଣ୍ଟ ଘୋଡ଼ାଇବାକୁ ଯାଇ ଆରଜେଡି ନେତା ସୁବୋଧ ରାୟ କହିଥିଲେ, ଗୃହରେ ବ୍ୟକ୍ତିଗତ ମନ୍ତବ୍ୟ ଦେବା ଅନାବଶ୍ୟକ କିନ୍ତୁ ପ୍ରତିପକ୍ଷ ଯଦି ଏଭଳି କରିବେ ତେବେ ଚୁପ୍‌ ବସିହେବ ନାହିଁ ।ନିରଜ କୁମାର କେଉଁ ଭଳି ଭାଷା ପ୍ରୟୋଗ କରୁଛନ୍ତି ସମସ୍ତେ ଜାଣିଛନ୍ତି। ଏବେ ତ କିଛି ହୋଇନାହିଁ ଆଗକୁ ଆହୁରି ବାକି ଅଛି ବୋଲି ସୁବୋଧ ରାୟ କହିଛନ୍ତି।

   Related Posts