Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିବେକ ଓବରୟଙ୍କ ଟ୍ବିଟର ଜବାବ ଦେବାକୁ ଚାହୁଁଥିଲେ ଅଭିଷେକ ବଚ୍ଚନ : କିନ୍ତୁ ରୋକିଥିଲେ ଐଶ୍ଚର୍ଯ୍ୟା,ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ ୨୭/୫: ବଲିଉଡ ଅଭିନେତା ବିବେକ ଓବରୟଙ୍କ ଫିଲ୍ମ ‘ ପିଏମ୍ ନରେନ୍ଦ୍ର ମୋଦି’ ସିନେମା ଘରରେ ରିଲିଜ ହୋଇସାରିଛି। ବକ୍ସ ଅଫିସରେ ଏହି ଫିଲ୍ମକୁ ବିଶେଷ ସଫଳତା ମିଳିଛି। ନିକଟରେ ବିବେକ ଓବରୟଙ୍କ ଏକ ବିବାଦୀୟ ପୋଷ୍ଟ ଦେଶ ସାରା ହଇଚଇ ସୃଷ୍ଟି କରିଥିଲା। ବିବେକ ନିଜର ଟ୍ବିଟର ହ୍ୟାଣ୍ଡଲରେ ଏକ ମିମ ସେୟାର କରିଥିଲେ,ଯେଉଁଥିରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ,ସଲମାନ ଖାନ,ବିବେକ ଏବଂ ଅଭିଷେକ ବଚ୍ଚନଙ୍କ ସହ ନଜର ଆସିଥିଲେ।

ଏହି ପୋଷ୍ଟରେ ଐଶ୍ଚର୍ଯ୍ୟା ରାୟଙ୍କୁ ଟାର୍ଗେଟ କରି ଭୋଟିଂ ପୋଲ୍ ଫଳାଫଳର ପରିହାସ କରାଯାଇଥିଲା। ବିବେକଙ୍କ ଏହି ଟ୍ବିଟରେ ଐଶ୍ଚର୍ଯ୍ୟା ଏବଂ ଅଭିଷେକ କାହାର ଜବାବ ମିଳିନଥିଲା।

ବାସ୍ତବରେ ଏହି ଘଟଣା ଯେତେବେଳେ ସାମନାକୁ ଆସିଥିଲା ସେତେବେଳେ ଐଶ୍ଚର୍ଯ୍ୟା କାନ ଉତ୍ସବରେ ଯୋଗ ଦେବାକୁ ଯାଇଥିଲେ। ତାଙ୍କୁ ଯେତେବେଳେ ଘଟଣା ସମ୍ପର୍କରେ ଜଣା ପଡ଼ିଥିଲା ସେତେବେଳେ ସେ ସ୍ତବ୍ଧ ହୋଇ ଯାଇଥିଲେ। ବିବେକଙ୍କ ଏହି ଟ୍ବିଟରେ ଅଭିଷେକ ତାଙ୍କୁ ଜବାବ ଦେବାକୁ ଚାହୁଁଥିଲେ,କିନ୍ତୁ ଐଶ୍ଚର୍ଯ୍ୟା ଫୋନ କରି ଅଭିଷେକଙ୍କୁ ଜବାବ ଦେବାକୁ ମନା କରିଥିଲେ। ସେ ଅଭିଷେକଙ୍କୁ କହିଥିଲେ ଏହା ବିବେକଙ୍କ ପବ୍ଲିସିଟି ଷ୍ଟଣ୍ଟ ଯାହା ମାଧ୍ୟମରେ ସେ ନିଜ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’କୁ ପ୍ରମୋଟ କରିବାକୁ ଚାହୁଁଛନ୍ତି। ଯଦି ଅଭିଷେକ ତାଙ୍କ ଟ୍ବିଟର ଜବାବ ଦେବେ ତାହେଲେ ତାଙ୍କ ଉଦ୍ୟମ ସଫଳ ହୋଇଯିବ। ଏହି ପୋଷ୍ଟ ପରେ ବିବେକଙ୍କୁ ଲଗାତାର ଭାବେ ସୋଶିଆଲ ମିଡିଆରେ ଟ୍ରୋଲ୍ କରାଯାଇଥିଲା। କେବଳ ଏତିକି ନୁହେଁ,ବିବେକଙ୍କ ପୋଷ୍ଟ କରିବାର କିଛି ସମୟ ପରେ ମହାରାଷ୍ଟ୍ରର ମହିଳା ଆୟୋଗ ବିବେକଙ୍କ ନାଁରେ ନୋଟିସ୍ ଜାରି କରି ଦେଇଥିଲେ।

ଏହାପରେ ବିବେକ ନିଜ ଟ୍ବିଟର ଆକାଉଣ୍ଟରୁ ଏହି ଟ୍ବିଟକୁ ଡିଲିଟ କରି କ୍ଷମା ମାଗିଥିଲେ।

323 Views

   ସମ୍ବନ୍ଧିତ ଖବର