Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ

23/09/2020 at 9:23 PM

ନୀଳଗିରି,୨୩|୦୯  : ନୀଳଗିରି ଅଞ୍ଚଳରେ ପୁଣି ଲଜ୍ଜା। ଦିନକ ପୂର୍ବରୁ ଦୁଇଟି ପୃଥକ ସ୍ଥାନରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଦୁଇଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିଲା ।  ରାତି ନପାହୁଣୁ ପୁଣି ନରସିଂହପୁର ପଂଚାୟତ ଅମ୍ବିକାପୁର ଅଂଚଳରେ ସମାନ ଘଟଣାର ପୁନରାବୃତ୍ତି ହୋଇଥିବା ଜଣାଯାଇଛି।

ନୀଳଗିରି ଥାନା ଅଧିନ ଏହି ଅଞ୍ଚଳର ଉମାକାନ୍ତ ରାଉତ (୫୨)ନାମକ ଯୁବକ ଜଣେ ୧୨ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାଜଣକ କଥା କହିନପାରିବାର ସୁଯୋଗରେ ଉମାକାନ୍ତ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାଜଣଙ୍କ କାନ୍ଦିକାନ୍ଦି ତାର ମାଆକୁ ଘଟଣା ବିଷୟରେ ଅବଗତ କରିଥିଲେ। ପରେ ପୀଡିତାଙ୍କ ମାଆ ନୀଳଗିରି ଥାନାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ପାଇବା ପରେ ଆଇଆଇସି ମିନତୀ ବିଶ୍ୱାଳ ତଦନ୍ତଭାର ଏସଆଇ ଗଣେଶ ଚନ୍ଦ୍ର ତ୍ରିପାଠୀଙ୍କୁ ଦେଇ ତୁରନ୍ତ ଅଭିଯୁକ୍ତକୁ ଗିରଫ କରିବାକୁ ନିର୍ଦେଶ ଦେଇଥିଲେ। ତଦନ୍ତକାରୀ ଅଧିକାରୀ ଏନେଇ ୩୩୦ ନମ୍ବର ମାମଲା ରୁଜୁକରି ପୋକ୍ସୋ ଧାରାରେ ଅଭିଯୁକ୍ତ ଉମାକାନ୍ତକୁ ଗିରଫ କରିଛନ୍ତି। ଗୁରୁବାର ପୀଡିତା ଓ ଅଭିଯୁକ୍ତର ଡାକ୍ତରୀ ମାଇନା କରାଯିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି।

   Related Posts