ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା, ଏସଭି ନିରତାରରେ ଚାଲିଥିଲା ଚିକିତ୍ସା

Published By : Prameya-News7 Bureau | October 14, 2021 IST

ନିଆଳି, ୧୪/୧୦: ଦିବ୍ୟାଙ୍ଗ ଯୁବକଙ୍କ ଆତ୍ମହତ୍ୟା । କଟକ ଜିଲ୍ଲା ଓଲଟପୁରରେ ଥିବା ଏସଭି ନିରତାର  ପରିସରରେ ଯୁବକଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ମୃତ ଯୁବକ ହେଲେ  ବାଲେଶ୍ଵର କମର୍ଦ୍ଦା ଗାଁର ଶିବ ଶଙ୍କର ଭୂୟାଁ । ସେ ଚିକିତ୍ସା ପାଇଁ ସେ ଗତ ୨୩ ତାରିଖରୁ ଏଠାରେ ଭର୍ତ୍ତି ହୋଇଥିଲେ । ତେବେ ସେ କଣ ପାଇଁ ଆତ୍ମହତ୍ୟା କଲେ ତାହା ସ୍ପଷ୍ଟ ହୋଇପାରି ନାହିଁ ।  ଘଟଣାସ୍ଥଳରେ ପୋଲିସ ପହଁଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.