ଦିବ୍ୟାଙ୍ଗ କରୋନା ଯୋଦ୍ଧା: ବେକରେ ଗାମୁଛା ହାତରେ ଡ଼ଫଲି, ଗୀତରେ ଗୀତରେ କରୋନା ସଚେତନତା, ଦେଖନ୍ତୁ ଭିଡିଓ

Published By : Prameya-News7 Bureau | May 30, 2020 IST

ଭଦ୍ରକ୩୦/୫: ଗୀତ ମାଧ୍ୟମରେ କରୋନା ସଚେତନତାର ବାର୍ତ୍ତା ବାଣ୍ଟିଲେ ଜଣେ ଦିବ୍ୟାଙ୍ଗ। କରୋନା ଆତଙ୍କରେ ପୂରା ବିଶ୍ବ ଆତଙ୍କିତ। ଏଭଳି ସମୟରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ବହୁ ସହୃଦୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଦାନ କରୁଛନ୍ତି। କିନ୍ତୁ ଏହି ବ୍ୟକ୍ତିଙ୍କ ଅଣ୍ଟିରେ ଆଠେଣିଟିଏ ବି ନାହିଁ। ହେଲେ ସାଜିଛନ୍ତି କରୋନା ଯୋଦ୍ଧା। ଏହି ବ୍ୟକ୍ତି ବୁଲି ବୁଲି ନିଜ ଗୀତ ମାଧ୍ୟମରେ ଲୋକମାନଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି।  ଏହି ଦିବ୍ୟାଙ୍ଗ ବ୍ୟକ୍ତି ହାତରେ ଡ଼ଫଲି ବଜାଇ କରୋନା ସଚେତନତା ଗୀତ ଗାଉଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦେଇ ପାରିଲେ ନାହିଁ, ହେଲେ ନିଜ କଣ୍ଠ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଁଞ୍ଚି ପାରିଛନ୍ତି। ତାଙ୍କର ଏଭଳି ଗୀତ ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ପ୍ରଶଂସା ମଧ୍ୟ କରିଛନ୍ତି। ଭିକ ମାଗିଲେ ପେଟରେ ଦାନା ଖଣ୍ଡେ ପଡେ। ହେଲେ ସେ ସାଜିଛନ୍ତି ଜଣେ କରୋନା ଯୋଦ୍ଧା। କାନ୍ଧରେ ବ୍ୟାଗ୍, ବେକରେ ଗାମୁଛା ପୁଣି ହାତରେ ଡ଼ଫଲି ଆଉ ମୁହଁରେ କରୋନା ଗୀତ ଗାଉଛନ୍ତି ଏହି ଦିବ୍ୟାଙ୍ଗ ବ୍ୟକ୍ତି। ବର୍ତ୍ତମାନ ତାଙ୍କ ଗୀତ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ଶୁଣନ୍ତୁ ଏହି କରୋନା ଯୋଦ୍ଧାଙ୍କ ଗୀତ.....

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.