ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନର୍ଯ୍ୟାତନା ଘଟଣା: ଭିନ୍ନକ୍ଷମ କମିଶନ ନିଜଆଡୁ କରିବେ ତଦନ୍ତ

Published By : Prameya-News7 Bureau | January 24, 2021 IST

ଭୁବନେଶ୍ବର୨୪/୧:  ଭୁବନେଶ୍ବରରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣାର ତଦନ୍ତ କରିବେ ଭନ୍ନକ୍ଷମ କମିଶନ। ଏହି ଘଟଣା ସାମ୍ନାକୁ ଆସିବା ପରେ ସେ କମିଶନ ନିଜ ଆଡୁ ମାମଲାକୁ ହାତକୁ ନେଇଛନ୍ତି।  ନୂଆପଡାର ସମ୍ପୃକ୍ତ ଯୁବତୀଙ୍କୁ ଚାକିରୀ ଦେଇ ଅସଦାଚରଣ  କରିବା ସହିତ ଦୁଷ୍କର୍ମ କରିବା ପାଇଁ  ଉତ୍କଳ ଭିନ୍ନକ୍ଷମ କଲ୍ୟାଣ ମହାସଂଘର କୋଷଧ୍ୟକ୍ଷ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଥାନାରେ ଦୁଇମାସ ପୂର୍ବରୁ ଏତଲା ହୋଇଥିଲେ ମଧ୍ୟ ପୋଲିସ ହାତବାନ୍ଧି ବସିଛି। ଯାହାକୁ ନେଇ ପ୍ରଶ୍ନ ଉଠିଛି।

ସାର ପକେଟ ରଖିଛନ୍ତି ତ କହି ଭିତରକୁ ଯୁବତୀଙ୍କୁ ଭିତରକୁ ଛାଡ଼ିଦେଲା। ତାପରେ ଅନ୍ଦର ମହଲର କବାଟ ପଡ଼ିଗଲା। ଭିତରେ କଣ ହେଲା ତାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହେଲାଣି। ଭୁବନେଶ୍ବରରେ ଚାକିରୀ ଦେବା ନାଁରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଯୌନ ନିର୍ଯ୍ୟାତନା ଘଟଣାକୁ ରାଜଧାନୀରେ ହଇଚଇ।  ତଦନ୍ତ କରିବେ ଦିବ୍ୟାଙ୍ଗ କମିଶନ। ଏନେଇ ଦୁଇ ମାସତଳୁ  ଥାନାରେ ଏତଲା ପରେ ବି ଆଗକୁ ବଢ଼ୁନନଥିଲା ତଦନ୍ତ। ଅଭିଯୁକ୍ତ ଖୁଲମଖୁଲା ବୁଲୁଛି। ହେଲେ ଏବେ ଭିଡିଓ ଭାଇରାଲ । ଦିବ୍ୟାଙ୍ଗ କମିଶନ ନଜ ତରଫରୁ ଏହି ମାମଲାକୁ ଗ୍ରହଣ କରିଛନ୍ତି।  ଆସନ୍ତାକାଲି କମିଶନ ଘଟଣା ସ୍ଥଳ ପରିଦର୍ଶନ କରିବା ସହିତ ତଦନ୍ତ ଆରମ୍ଭ କରିବେ।  ଏହା ସହିତ ଭାଇରାଲ ହେଉଥିବା ଭିଡିଓର ସତ୍ୟତା ମଧ୍ୟ ଜାଞ୍ଚ କରିବେ। 

{"id":397737,"sizeSlug":"large","linkDestination":"none"}

ନୂଆପଡାର ସମ୍ପୃକ୍ତ ଦିବ୍ୟାଙ୍ଗ ଯୁବତୀ ଚାକିରୀ ପାଇଁ ଭୁବନେଶ୍ବର ପଲାସପଲ୍ଲୀରେ ଥିବା ଉତ୍କଳ ଶାରୀରିକ ଭିନ୍ନକ୍ଷମ କଲ୍ୟାଣ ମହାସଂଘରେ ପହଞ୍ଚିଥିଲେ।  ଏଠି ଭିନ୍ନକ୍ଷମ ଯୁବକ- ଯୁବତୀମାନଙ୍କୁ ସ୍ବାବଲମୀ  କରିବାକୁ ପାଇଁ ତାଲିମ ଦିଆଯିଏ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରାକର ଅନୁଦାନ ପ୍ରଦାନ କରିଥାନ୍ତି। ସଂପୃକ୍ତ ଯୁବତୀ ସଂଘର କୋଷାଧ୍ୟକ୍ଷ ଥିବା ସୁରେଶ ଚନ୍ଦ୍ର ବେହେରାଙ୍କୁ ଭେଟିଥି​‌ଲେ । ବିୟୁଟି ପାର୍ଲର ଇନଷ୍ଟ୍ରକଟର ପଦବୀ ଖାଲିଥିବା​‌ କହି ଚାକିରୀ ଦିଆଯାଇଥିଲା। ହେଲେ ସାତମାସ ଚାକିରୀ କରିଥିଲେ ମଧ୍ୟ ଦରମା ଦିଆଯାଇନଥିଲା। ଏପରିକି ଲକଡାଉନ ସମୟରେ ଅଫିସରେ ରହିବାକୁ କୁହାଯାଇଥିଲା।

ରାତିରେ ଅଫିସ୍‌କୁ ଡାକି କୋଷାଧ୍ୟକ୍ଷ ତାକୁ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ। ରାତିରେ ସମ୍ପୃକ୍ତ ଯୁବତୀ ଜଣକ ସମାନ୍ତରପୁରରେ ଯାଇ ରହିଥିଲେ। ହେଲେ ତଥାପି ସୁରେଶଙ୍କ ଆଖିରୁ ବର୍ତ୍ତିନଥିଲେ। ସେଠାରେ ସୁରେଶ ତାଙ୍କୁ ଦୁବ୍ୟର୍ବହାର କରିଥିଲେ।  ଏପରିକି ବାହାରୁ ଅଡିଟ କରିବାକୁ ଆସୁଥିବା ବାବୁମାନଙ୍କ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା ବୋଲି ସମ୍ପୃକ୍ତ ଯୁବତୀ ଅଭିଯୋଗ କରିଛନ୍ତି। ରାଜଧାନୀର ଛାତି ଉପରେ ଘଟଣା ଘଟୁଛି । ଥାନାରେ ମଧ୍ୟ ଏତଲା ହେଉଛି। ହେଲେ ପୋଲିସ ଅଭିଯୁକ୍ତକୁ ଫେରାର ଦର୍ଶାଇ ହାତବାନ୍ଧି ବସିଛି। ଯାହା କି ପୋଲିସ ପ୍ରଶାସନର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.