Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବିଚାରପତିଙ୍କ ମହାନତା : ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମରୁ ବାହାରି ଆସିଲେ, ପାର୍କିଂରେ ଦେଲେ ନ୍ୟାୟ

13/09/2021 at 9:35 AM

କୋର୍ବା, ୧୩।୦୯ : ବିଚାରପତିଙ୍କ ମହାନତା । ଦିବ୍ୟାଙ୍ଗଙ୍କ ପାଇଁ କୋର୍ଟ ରୁମ୍‌ରୁ ବାହାରି ଆସିଲେ ଜଜ୍। ଶେଷରେ ପାର୍କିଂରେ ହେଲା ଶୁଣାଣି। ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଛତିଶଗଡ଼ କୋର୍ବା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ।  

ସୂଚନା ଅନୁସାରେ, ଦ୍ଵାରିକା ପ୍ରସାଦ କନଓ୍ୱର ନାମକ ଜଣେ ୪୨ ବର୍ଷୀୟ ଦିବ୍ୟାଙ୍ଗ କ୍ଷତିପୂରଣ ପାଇଁ କମ୍ପାନୀ ବିରୋଧରେ ଆବେଦନ କରିଥିଲେ। ଦ୍ଵାରିକା ଦିବ୍ୟାଙ୍ଗ ହୋଇଥିବା କାରଣରୁ କୋର୍ଟ ଭିତରକୁ ଯାଇ ପାରି ନଥିଲେ। ବାହାରେ ଶୁଣାଣିକୁ ଅପେକ୍ଷା କରିଥିଲେ। ଏହା ଦେଖି ବିଚାରପତି ବିପି ବର୍ମା ନିଜେ କୋର୍ଟ ରୁମ୍ ଭିତରୁ ଉଠି ଆସିଥିଲେ ଏବଂ ପାର୍କିଂରେ ଯାଇ ଶୁଣାଣି କରିଥିଲେ। ଏହା ସହ କୋର୍ଟ ଦ୍ଵାରିକାଙ୍କ ସପକ୍ଷରେ ଶୁଣାଣି କରି ତାଙ୍କୁ ୨୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଇନ୍ସୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୮ରେ ଏକ ଦୁର୍ଘଟଣାରେ ଦ୍ଵାରିକାଙ୍କ କାର୍ ଏକ ଟ୍ରଲର ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ଦ୍ଵାରିକା ଦିବ୍ୟାଙ୍ଗ ହୋଇଯାଇଥିଲେ। ଚାଲିବା ବୁଲିବାରେ ଅସମର୍ଥ ହେବାରୁ ବିଛଣାରେ ପଡି ରହୁଥିଲେ। ଏହାପରେ ଦ୍ଵାରିକା ଇନ୍ସୁରାନ୍ସ କମ୍ପାନୀ ନିକଟରେ କ୍ଷତିପୂରଣ ଦାବି କରିଥିଲେ। ୩ ବର୍ଷ ଧରି ତାଙ୍କ ମାମଲା ସ୍ଥଗିତ ହୋଇ ରହିଥିଲା।  ଶେଷରେ ଦ୍ଵାରିକାଙ୍କୁ ଜଜ୍ ବିପି ବର୍ମା ନ୍ୟାୟ ପ୍ରଦାନ କରିଛନ୍ତି। ଏହି ଘଟଣା ପରେ ଦ୍ଵାରିକା ଖୁସି ବ୍ୟକ୍ତ କରିଛନ୍ତି।

   Related Posts