ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦିବା ପହୁଡ ନୀତି, ଅପରାହ୍ନ ୪ଟାରୁ ୬ଟା ବନ୍ଦ ରହିବ ସାଧାରଣ ଦର୍ଶନ
19/10/2019 at 2:38 PM

ପୁରୀ ୧୯।୧୦: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦିବା ପହୁଡ ନୀତି ଅନୁଷ୍ଠିତ ହେଉଛି। ଦ୍ବିତୀୟ ଭୋଗମଣ୍ଡପ ନୀତି ପରେ ଦୁଇଘଣ୍ଟା ପାଇଁ ମହାପ୍ରଭୁ ଦିବା ପହୁଡ ନୀତି ହେବେ। ପହୁଡ ଯୋଗୁଁ ଆଜି ଅପରାହ୍ନ ୪ଟାରୁ ୬ଟା ମଧ୍ୟରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଏହି ସମୟରେ ଶ୍ରୀମନ୍ଦିର ପରିସରରେ ଥିବା ଅନ୍ୟ ମନ୍ଦିର ଦର୍ଶନ ଜାରି ରହିବ । ଏହି ଦିବା ପହୁଡ ନୀତି କାର୍ତ୍ତିକ ମାସରେ ଅନୁଷ୍ଠିତ ହେବାର ପରମ୍ପରା ରହିଛି ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021