କଟକରେ ପୁଣି ଥରେ ବ୍ୟାପିଲା ଝାଡ଼ାବାନ୍ତି : ୨୫ଜଣ ଆକ୍ରାନ୍ତ

Published By : Prameya-News7 Bureau | February 17, 2020 IST

କଟକ ୧୭/୨: କଟକ ସହରରେ ପୁଣି ଥରେ ପ୍ରଦୂଷିତ ପିଇବା ପାଣି ଆଶଙ୍କା ଘନୀଭୂତ ହୋଇଛି। ଓଡିଆ ବଜାର ଗଉଡ ସାହିରେ ଝାଡା ବାନ୍ତି ବ୍ୟାପିବା ପରେ ଏପରି ଆଶଙ୍କା ସୃଷ୍ଟି ହୋଇଛି। ବାସ୍ତବରେ ପିଇବା ପାଣି ପ୍ରଦୂଷିତ ହେବା ଯୋଗୁଁ ଝାଡା ବାନ୍ତି ବ୍ୟାପିଛି ନାଁ ଏହା ପଛରେ ଆଉ କିଛି କାରଣ ରହିଛି , ତାହା ନିଶ୍ଚିତ କରିବା ପାଇଁ ଜନସ୍ୱାସ୍ଥ୍ୟ ବିଭାଗ ସମ୍ପୃକ୍ତ ଅଞ୍ଚଳରୁ ଜଳ ନମୁନା ସଂଗ୍ରହ କରିଛି। ସେପଟେ ଆକ୍ରାନ୍ତଙ୍କ ମଧ୍ୟରୁ ନବେ ପ୍ରତିଶତ ମହିଳା ଥିବାରୁ କୌଣସି ପ୍ରକାର ଦୂଷିତ ଖାଦ୍ୟ ଯୋଗୁଁ ଝାଡା ବାନ୍ତି ବ୍ୟାପିଥିବା ଆଶଙ୍କା ମଧ୍ୟ କରାଯାଉଛି।

{"id":225516,"sizeSlug":"large"}

ଗତ ତିନି ଦିନ ହେଲା ଓଡିଆ ବଜାରର ଗଉଡ ସାହି ଅଞ୍ଚଳରେ ଝାଡା ବାନ୍ତି ବ୍ୟାପିଛି। ଆଜି ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ଝାଡା ବାନ୍ତିରେ ପ୍ରାୟ ୨୫ଜଣ ଲୋକ ଆକ୍ରାନ୍ତ ହେଲେଣି। ପ୍ରଭାବିତ ଅଞ୍ଚଳରେ ଗତ କିଛି ଦିନ ହେବ ଦୂଷିତ ପିଇବା ପାଣି ଆସୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତେଣୁ ଏପରି ପିଇବା ପାଣି ଯୋଗୁଁ ହିଁ ଝାଡା ବାନ୍ତି ବ୍ୟାପୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି।

{"id":225517,"sizeSlug":"large"}

ସେପଟେ ପ୍ରଭାବିତ ଅଞ୍ଚଳରେ ସି ଏମ୍ ସି କର୍ମଚାରୀ ମାନେ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏହା ସହ କୌଣସି ସ୍ଥାନରେ ପିଇବା ପାଣି ପାଇପ୍ ରେ ଫାଟ ସୃଷ୍ଟି ହୋଇଛି କି ନାହିଁ ତାହା ମଧ୍ୟ ଅନୁଧ୍ୟାନ କରିଛନ୍ତି। ସେପଟେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ସମ୍ପୃକ୍ତ ଅଞ୍ଚଳରୁ ପ୍ରାୟ ୧୫ଟି ଜଳ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଖପୁରିଆ ସ୍ଥିତ ଲାବୋରାଟୋରୀକୁ ପଠା ଯାଇଛି।

{"id":225518,"sizeSlug":"large"}

ସେପଟେ ସହରର ଅନ୍ୟ କେତେକ ଅଞ୍ଚଳରେ ଝାଡା ବାନ୍ତି ଓ ଜଣ୍ଡିସ୍ ବ୍ୟାପିଥିବା ମଧ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ମାନେ କହିଛନ୍ତି। ସହରର ମକରାବାଗ ସାହି, ଆକବର ଖାଁ ଗଳି,ମେରିଆ ବଜାର ,ଉଚ୍ଚ ସାହି ଓ ଗହ୍ମାଣ୍ଡିଆରେ ମଧ୍ୟ ଜଳ ପ୍ରଦୂଷଣ ପାଇଁ ଜଣ୍ଡିସ୍ ଓ ଝାଡା ବାନ୍ତି ବ୍ୟାପିଥିବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.