ଜୁନାଗଡ ବଳଦିଆମାଲ ଗାଁରେ ଡାଇରିଆ ଆତଙ୍କ ; ୫୦ରୁ ଅଧିକ ଲୋକ ଆକ୍ରାନ୍ତ

Published By : Prameya-News7 Bureau | January 09, 2019 IST

ଜୁନାଗଡ ୯|୧: କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ୍ ବଳଦିଆମାଲ ଗାଁରେ ଡାଇରିଆ ଆତଙ୍କ । ଗାଁରେ ୫୦ରୁ ଅଧିକ ଲୋକ ଆକ୍ରାନ୍ତ ଥିବାବେଳେ ୧୫ରୁ ଅଧିକ ଲୋକଙ୍କୁ ଜୁନାଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭବନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାର ଆଶଙ୍କା ଦେଖି ଗାଁରେ ସ୍ବାସ୍ଥ୍ୟ ବିଭାଗର ୩ଟି ଟିମ୍ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ଦୂଷିତ ପାନୀୟ ଜଳ ଡାଇରିଆ ବ୍ୟାପିବାର କାରଣ ବୋଲି ଡାକ୍ତରଙ୍କ ସୂଚନା ପରେ ଗାଁରେ ସଚେତନେତା କାର୍ଯ୍ୟକ୍ରମ ମଧ୍ୟ ଚାଲଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.