ଝାଡାବାନ୍ତି ଆତଙ୍କ, ୩ ଶହରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ

Published By : Prameya-News7 Bureau | October 01, 2019 IST

ବ୍ରହ୍ମପୁର ୧।୧୦: ଗଞ୍ଜାମ ରଙ୍ଗେଇଲୁଣ୍ଡା ବ୍ଲକ୍ ଚିକିରଡା ଗାଁରେ ଝାଡାବାନ୍ତି ଆତଙ୍କ । ଗାଁର ପ୍ରାୟ ୩ ଶହରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ୩୦ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିବା ଜଣାପଡିଛି । ଘଟଣାସ୍ଥଳରେ ସ୍ବାସ୍ଥ୍ୟ ବିଭାଗର ୨ଟି ଟିମ୍ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଘର ଘର ବୁଲି ଚିକିତ୍ସା କରିବା ସହ ମେଡିସିନ ବଣ୍ଟନ କରିଛନ୍ତି । ଦୂଷିତ ପାଣି ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଲୋକେ ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.