Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭ ଦିନିଆ ରିମାଣ୍ଡରେ ଯିବ ଗ୍ୟାଙ୍ଗଷ୍ଟର ହାଇଦର, ଅନୁମତି ଦେଲେ JMFC
  • ||
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||

ଝାଡାବାନ୍ତିରେ ୩୫ରୁ ଅଧିକ ଆକ୍ରାନ୍ତ : ଲୋକଙ୍କ ମନରେ ଆତଙ୍କ

6/11/2019 at 12:05 PM

ତରଭା ୬।୧୧:   ସୋନପୁର ଜିଲ୍ଲା ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ପଂଚାୟତର ଅର୍ଡା ଗାଁରେ  ଝାଡାବାନ୍ତି ଯୋଗୁଁ ୩୫ରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଛନ୍ତି  । ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସାଲାଗି ସ୍ଥାନୀୟ ନିକଟସ୍ଥ ମେଡିକାଲରେ ଭର୍ତ୍ତି ।

ସୂଚନାଯୋଗ୍ୟ ଯେ, ତରଭା ବ୍ଲକ ଅନ୍ତର୍ଗତ ରାଣୀସର୍ଡା ପଂଚାୟତର ଅର୍ଡା ଗାଁରେ ମଙ୍ଗଳବାର ରାତିରୁ ବିଭିନ୍ନ ପରିବାରରେ ଲୋକଙ୍କୁ ଝାଡାବାନ୍ତି ଲାଗି ରହିଥିଲା । ସମସ୍ତ ଆକ୍ରାନ୍ତଙ୍କୁ  ଏବେ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଅର୍ଡା ପାଖ ମେଣ୍ଡାଗାଁ ଡାକ୍ତରଖାନାରେ ଡାକ୍ତର ନଥିବାରୁ ଆକ୍ରାନ୍ତ ଲୋକେ ନାଇକେନପାଲି, ତରଭା, ଲୋଇସିଂହା ଓ ବଲାଙ୍ଗୀର ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଛନ୍ତି । ଏବେ ବି ଗାଁରେ ଡାଇରିଆ ସଂକ୍ରମଣରେ କିଛି ଲୋକ ଘରେ ରହିଛନ୍ତି ।

ଆକ୍ରାନ୍ତଙ୍କ ସଂଖ୍ୟା ଗାଁରେ ଦିନକୁ ଦିନ ବଢି ବଢି ଚାଲିଛି । ଗାଁରେ ଥିବା ଜଳ ଯୋଗାଣ ପ୍ରକଳ୍ପର ଟାଙ୍କି କିମ୍ବା ପାଣି ପାଇପ ଦୂଷିତ ହୋଇ ଏ ପ୍ରକାର ଡାଇରିଆ ସଂକ୍ରମଣ ହୋଇଥିବା ଅନୁମାନ କରା ଯାଉଥିବାବେଳେ ନିର୍ଦ୍ଦିଷ୍ଟ ଭାବେ କାରଣ ଜଣା ପଡିନାହିଁ । ଆକସ୍ମିକ ଭାବେ ଦେଖା ଦେଇଥିବା ଝାଡାବାନ୍ତି ଯୋଗୁଁ ଅର୍ଡା ଗାଁ ସହ ପାଖ ଗାଁମାନଙ୍କରେ ଆତଙ୍କ ଖେଳି ଯାଇଛି । ଖବରପାଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏକ ଡାକ୍ତରୀଦଳ ଅର୍ଡା ଗାଁକୁ ଆସୁଥିବା ଜଣାଯାଇଛି ।

   Related Posts