ଟଙ୍ଗାଶୋଳ ଗାଁରେ ୧୫ ରୁ ଅଧିକ ପରିବାର ଡାଇରିଆରେ ଆକ୍ରାନ୍ତ

Published By : Prameya-News7 Bureau | August 26, 2018 IST

ମୟୂରଭଞ୍ଜ ୨୬/୮ : ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ଟଙ୍ଗାଶୋଳ ଗାଁରେ ଡାଇରିଆ ଆତଙ୍କ ଦେଖାଦେଇଛି । ଗାଁରେ ପ୍ରାୟ ୩୦ରୁ ଅଧିକ ପରିବାର ବାସ କରୁଥିବା ବେଳେ ୧୫ ରୁ ଅଧିକ ପରିବାର ଡାଇରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ହୋଇଥିବାବେଳେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଗତ ୧୫ ତାରିଖରୁ ଜଣ ଜଣ କରି ଡାଇରିଆରେ ଆକ୍ରାନ୍ତ ହୋଇଥିବା ବେଳେ ଧିରେ ଧିରେ ଏହା ପୁରା ଗାଁରୁ ବ୍ୟାପିବାରେ ଲାଗିଛି । ତେବେ ଗାଁରେ ଏବେ ମେଡିକାଲ ଟିମ୍ ପହଞ୍ଚି ଆକ୍ରାନ୍ତଙ୍କୁ ଚିକିତ୍ସା କରୁଛି । ଏଥି ସହିତ ଗାଁ ଲୋକେ ପାଣି ପିଉଥିବା କୂଅରୁ ପାଣି ନମୂନା ସଂଗ୍ରହ କରି ପରୀକ୍ଷା ପାଇଁ ନେଇଛନ୍ତି । ତେବେ ଗାଁରେ ଥିବା ପରିତ୍ୟକ୍ତ କୂଅରୁ ପାଣି ପିଇବା ଦ୍ବାରା ଡାଇରିଆ ବ୍ୟାପିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.