Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ସୋନପୁରରେ ବ୍ୟାପିଛି ଝାଡାବାନ୍ତି ରୋଗ

16/12/2018 at 2:21 PM


ସୁବର୍ଣ୍ଣପୁର ୧୬/୧୨: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହରାଂଚଳରେ ଝାଡାବାନ୍ତି ରୋଗ ବ୍ୟାପିବାର ଛଅ ଦିନ ବିତିଛି । ପରିସ୍ଥିତି ନିୟନ୍ତ୍ରଣରେ ରହିଛି ହେଲେ ଏହାର ନିର୍ଦ୍ଦିଷ୍ଟ କାରଣ ଖୋଜି ପାଇପାରୁନି ସୁବର୍ଣ୍ଣପୁର ଜିଲ୍ଲା ଜନସ୍ବାସ୍ଥ୍ୟ ବିଭାଗ। ଫଳରେ ସହରରେ ସପ୍ଲାଏ ପାଣିକୁ ନେଇ କୋକୁଆ ଭୟ ଖେଳିଯାଇଥିବାବେଳେ ଏବେ ଟ୍ୟାଙ୍କର ପାଣି ଏକମାତ୍ର ଭରସା ପାଲଟଛି । ଏମିତିରେ ସହରବାସୀ ଖାଲି ପାନୀୟ ଯୋଗ୍ୟ ଜଳ ପାଇପାରୁଥିବାବେଳେ ବାହ୍ୟ ବ୍ୟବହାର୍ଯ୍ୟ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି ।

ଆଜିକୁ ଛଅ ସାତ ଦିନ ହେଲା ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପୌରାଂଚଳରେ ଝାଡା ବାନ୍ତି ରୋଗ ପାଇଁ କୋକୁଆ ଭୟ ସୃଷ୍ଟି ହୋଇଛି । ବିଗତ ୪ ଦିନ ତଳେ ସହରର ବିଭିନ୍ନ ଓ୍ବାର୍ଡରୁ ୧୦୦ରୁ ଉଦ୍ଧ୍ର୍ବ ଲୋକ ଝାଡାବାନ୍ତିର ଶିକାର ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଥିଲେ । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ସଠିକ ଚିକିତ୍ସା ପାଇ ରୋଗୀମାନେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଜନସ୍ବାସ୍ଥ୍ୟ ବିଭାଗର ସପ୍ଲାଏ ପାଣି ପାଇଁ ଏହି ଝାଡାବାନ୍ତି ରୋଗ ବ୍ୟାପିଥିବା ଆଶଙ୍କା କରାଯାଇଥିଲା । ଏପରିକି ଆକ୍ରାନ୍ତ ବ୍ୟକ୍ତିଙ୍କ ଘରୁ ପାଣିର ନମୁନା ସଂଗ୍ରହ କରିବାର ୪୮ଘଂଟା ମଧ୍ୟରେ ଝାଡାବାନ୍ତି ରୋଗର ସଠିକ୍ କାରଣ ମିଳିବ ବୋଲି କହିଥିଲେ ବିଭାଗୀୟ ଅଧିକାରୀ । ହେଲେ ଆଜିକୁ ଛଅ ସାତ ଦିନ ବିତିଲା ପରେ ମଧ୍ୟ  ଝାଡାବାନ୍ତି ବ୍ୟାପିବାର କାରଣ ଖୋଜିପାରିନି ଜନସ୍ବାସ୍ଥ୍ୟ ବିଭାଗ । ଫଳରେ ସହରବାସୀ ସପ୍ଲାଏ ପାଣି ପାଇନପାରି ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଟ୍ୟାଙ୍କର ଯୋଗେ ଯୋଗାଯାଉଥିବା ପାଣି ନିତ୍ୟ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ହେଉନଥିବା ଅଭିଯୋଗ ହେଉଛି ।  

                                               

ସୁବର୍ଣ୍ଣପୁର ସହରରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ମହାନଦୀ କୂଳରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ତିଆରି ହୋଇଛି ଜଳଯୋଗାଣ ପ୍ରକଳ୍ପ । ଆଗାମୀ ୩୦ ବର୍ଷକୁ ଆଖି ଆଗରେ ରଖି ଦୁଇ ଲକ୍ଷ ଲିଟର ଜଳଧାରଣା କ୍ଷମତା ଥିବା ଓଭରହେଡ ଟାଙ୍କି ତିଆରି ହୋଇଛି । ହେଲେ ଜନସ୍ବାସ୍ଥ୍ୟ ବିଭାଗର ଅବହେଳା ପାଇଁ ଆଜି ସହରରେ ଏହି ସମସ୍ୟା ଦେଖାଦେଇଥିବା  ଅଭିଯୋଗ ହେଉଛି। ଏପରିକି ବର୍ଷସାରା ଜଳଯୋଗାଣ ଉନ୍ନତୀକରଣ ନାଁରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ବିନା କୌଣସିଯୋଜନାରେ ସହରସାରା ପାଇପ ଲାଇନ ପୋତାଯାଉଛି । ନାଳ ନର୍ଦ୍ଦମା ଦେଇ ପାଇପ ଲାଇନ ବିଛା ହେବା ସହ ମହାନଦୀର ଦଶମତି ଘାଟ ନିକଟରେ ଥିବା ମଇଳା ଆବର୍ଜନା ପରିପୂର୍ଣ୍ଣ ସ୍ଥାନରୁ ମଧ୍ୟ ପାଣି ଉଠାଯାଇ ସହରକୁ ପାନୀୟଜଳ ଯୋଗାଇ ଦିଆଯାଉଥିବା ଅଭିଯୋଗ ହେଉଛି । ଅପରପକ୍ଷରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସହର ବିଭିନ୍ନ ଘରକୁ ଯାଇ ପାଣିର ନମୁନା ପରୀକ୍ଷା କରାଯାଉଛି ଆଉ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

                                                                                                                                                   

ସୋନପୁର ସହରରେ ବ୍ୟାପିଥିବା ଝାଡାବାନ୍ତି ରୋଗର କାରଣ ଓ ନିରାକରଣ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଏହାର ଯଥାଶୀଘ୍ର ସ୍ପଷ୍ଟୀକରଣ ଦେବା ସହିତ ସହରବାସୀଙ୍କୁ ତୁରନ୍ତ ବିଶୁଦ୍ଧ ଜଳ ଯୋଗାଇଦେବା ଜରୁରୀ ହୋଇପଡିଛି । 

 

   Related Posts