Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଦିଅରକୁ ହତ୍ୟା କରିଛି ଭାଉଜ ! ଗାଁ ଲୋକଙ୍କ ଅଭିଯୋଗକୁ ମାନୁ ନାହାନ୍ତି ଅଭିଯୁକ୍ତ

11/03/2020 at 5:23 PM

ବାଲେଶ୍ବର୧୧/୩: ଦିଅରକୁ ଭାଉଜ ହତ୍ୟା କରିଥିବା ଅଭିଯୋଗ ସାମ୍ନାକୁ ଆସିଛି। ବାଲେଶ୍ବର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ବାଲେଶ୍ବର ସଦର ଥାନା ଅନ୍ତର୍ଗତ ଆଙ୍ଗୌଳା ଗାଁର କାଳି ଶଙ୍କର ସିଂ ଓରଫ ଟୁନା ନାମକ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ତେବେ ମୃତ ଟୁନାଙ୍କୁ ତାଙ୍କ ଭାଉଜ ଏବଂ ପୁତୁରା ମିଶି ହତ୍ୟା କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ହତ୍ୟା ସଂପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ସାଇଣ୍ଟିଫିକ୍‌ ଟିମ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ବାଲେଶ୍ବର ସଦର ଥାନା ଆଙ୍ଗୌଳା ଗାଁ ମୁଣ୍ଡ ବିଲରେ ପଡି ରହିଥିଲା ଜଣେ ଯୁବକର ରକ୍ତ ଜୁଡୁବୁଡୁ ମୃତ ଦେହ। ସକାଳେ ଗାଁ ଲୋକେ ମୃତ ଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ । ମୃତକ ଜଣକ ହେଉଛି ସେହି ଗାଁର କାଳି ଶଙ୍କର ସିଂ ଓରଫ ଟୁନା ବୋଲି ଜଣାପଡ଼ିଥିଲା ।

ଟୁନା ଓ ତାଙ୍କ ଭାଉଜଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହୁଥିଲା। ଏ ନେଇ ଟୁନାଙ୍କ ବିରୋଧରେ ତାଙ୍କ ଭାଉଜ ଥାନାରେ ଅଭିଯୋଗ  ମଧ୍ୟ କରିଥିଲେ। ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ବାରି ହୋଇ ପଡୁଛି । ଅନ୍ୟପଟେ ଟୁନାଙ୍କ ଭାଉଜ ହତ୍ୟା ସଂପର୍କରେ କିଛି ଜାଣି ନାହିଁ  ବୋଲି ମନା କରିଛନ୍ତି। ପୋଲିସର ତଦନ୍ତ ପରେ ସ୍ପଷ୍ଟ ହେବ ଟୁନାଙ୍କ ପ୍ରକୃତ ହତ୍ୟାକାରୀ କିଏ?

   Related Posts