'ଭାଉଜ ଟିକିଏ ରାଜି ହୁଅ, ନହଲେ ତମ ଭିଡିଓ ଭାଇରାଲ କରିଦେବି'....ଏମିତି ଧମକ ଦେଇ ଗିରଫ ହେଲା ରସିକିଆ ଦିଅର

Published By : Prameya-News7 Bureau | December 15, 2020 IST

ନରସିଂହପୁର,୧୫/୧୨: ଶାରୀରକ ସମ୍ପର୍କ ରଖ । ନହେଲେ ଭାଇରାଲ କରିଦେବି ଭିଡିଓ । ଏହା ହେଉଛି ଜଣେ ମହିଳାଙ୍କୁ ତାଙ୍କ ଦିଅରଙ୍କ ଧମକ । କଟକ ଜିଲ୍ଲା ନରସିଂହପୁରକ  ଜଣେ ସମ୍ପର୍କୀୟ ଭାଉଜଙ୍କ ଅଶ୍ଲୀଳ ଭିଡିଓ ଉତ୍ତୋଳନ କରି ଭାଇରାଲ୍‌ କରିବା ଅଭିଯୋଗରେ ପୋଲିସ ଜଣେ ଯୁବକକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

ଗିରଫ ଅଭିଯୁକ୍ତ ହେଲେ ନରସିଂହପୁର ଥାନା ଅନ୍ତର୍ଗତ ବନ୍ଧହୁଡ଼ା ଗ୍ରାମର ଅଶୋକ କୁମାର ମଲ୍ଲିକ (୨୫) । ବାରମ୍ବାର ଦିଅରର ଧମକରେ ଅତିଷ୍ଠ ହୋଇ ମହିଳାଜଣଙ୍କ ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।

ମହିଳାଙ୍କ ଅଭିଯୋଗ ଅନୁସାରେ, ତାଙ୍କ ଅଜାଣତରେ ସଂପର୍କୀୟ ଦିଅର ଅଶୋକ ତାଙ୍କର ଅଶ୍ଲୀଳ ଭିଡିଓ ଉତ୍ତୋଳନ କରିଥିଲେ । ଏପରିକି ତାଙ୍କୁ ବାରମ୍ବାର ଶାରୀରିକ ସଂପର୍କ ରଖିବା ପାଇଁ ବାଧ୍ୟ କରିଥିଲା । କଥା ନମାନି ଶାରୀରିକ ସଂପର୍କ ନ ରଖିଲେ ଅଶ୍ଲୀଳ ଭିଡିଓ ଭାଇରାଲ୍‌ କରିଦେବା ପାଇଁ ଧମକ ଦେଉଥିଲେ  ।

ଏପରିକି ମହିଳାଜଣଙ୍କ ଶାରୀରିକ ସମ୍ପର୍କ ପାଇଁ ରାଜି ନ ହେବାରୁ ଯୁବକଜଣଙ୍କ ଭିଡିଓ ଭାଇରାଲ୍‌ କରିଦେଇଥିଲା । ନରସିଂହପୁର ଥାନାରେ ମହିଳାଜଣଙ୍କ ଏନେଇ ଅଭିଯୋଗ କରିବା ପରେ ଥାନାଧିକାରୀ ବିମଳ କୁମାର ବାରିକ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଛନ୍ତି । ଏହାସହ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.