Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଅଜଣା ପଥର ଖଣ୍ଡ ଦେଖି ବ୍ୟାପିଗଲା ଖବର, ମୂଲ୍ୟବାନ ହୀରା ଲୋଭରେ ଖାଦାନକୁ ଖୋଳି ଚାଲିଛନ୍ତି ହଜାର ହଜାର ଲୋକ

15/06/2021 at 7:41 PM

ନୂଆଦିଲ୍ଲୀ ୧୫/ ୦୬ : ହୀରା ହେଉଛି ଏକ ବହୁମୂଲ୍ୟ ଧାତୁ। ଦକ୍ଷିଣ ଆଫ୍ରିକାର ବିଭିନ୍ନ ପ୍ରାନ୍ତରେ ଏହି ମୂଲ୍ୟବାନ ଧାତୁ ମିଳିଥାଏ । କିନ୍ତୁ ଭିତ୍ତି ପ୍ରସ୍ତର ଅଭାବରୁ ଏହି ସବୁ ଅଞ୍ଚଳରୁ ହୀରା ଉତ୍ପାଦନ ହୋଇପାରିନଥାଏ । କିନ୍ତୁ ସେଠାକାର ଲୋକମାନଙ୍କ ହୀରା ଖୋଜିବାର ନିଶା ନିଆରା । କୌଣସି ଏକ ଅଜଣା ପଥର ପାଇବା କ୍ଷଣି ଏହାକୁ ହୀରା ଭାବି ଉକ୍ତ ଅଞ୍ଚଳକୁ ଖୋଳିବାରେ ଲାଗିପଡିନ୍ତି । ସେମାନେ ବିଶ୍ବାସ କରନ୍ତି ଯେ, ସେହି ଅଞ୍ଚଳରେ ହିଁ ହୀରା ଖଣି ବା ପର୍ଯ୍ୟାପ୍ତ ପରିମାଣର ହୀରା ଗଚ୍ଛିତ ରହିଥିବ ।
ସେହିଭଳି ଏକ ଘଟଣା ଘଟିଛି ଦକ୍ଷିଣ ଆଫ୍ରିକାର କ୍ୱାଜୁଲୁ-ନାଟାଲ । ଜଣେ ବ୍ୟକ୍ତି କୌଣସି ଏକ ଅଜଣା ପଥର ପାଇବା ପରେ ଏହାକୁ ହୀରା ଭାବିଥିଲେ । ତେବେ ଏହି ଖବର ସେହି ଅଞ୍ଚଳରେ ବିଜୁଳି ବେଗରେ ବ୍ୟାପିଯାଇଥିଲା । ପରେ ହଜାର ହଜାର ସଂଖ୍ୟାରେ ଲୋକ ଆସି ଉକ୍ତ ଅଞ୍ଚଳକୁ ଖୋଳିବାରେ ଲାଗିଥିଲେ । ବିଶ୍ବାସ ଥିଲା ସେଠାରୁ ହୀରା ପଥର ଖଣ୍ଡ ବାହାରିବ । ଅଜଣା ପଥର ଖଣ୍ଡ ଦେଖି ମୂଲ୍ୟବାନ ହୀରା ଲୋଭରେ ଖାଦାନକୁ ଖୋଳିଚାଲିଛନ୍ତି ହଜାର ହଜାର ଲୋକ ।


ସୂଚନାଯୋଗ୍ୟ, ଜଣେ ବ୍ୟକ୍ତି ସେଠାରେ କୌଣସି ଏକ କାର୍ଯ୍ୟ ପାଇଁ ମାଟି ଖୋଳୁଥିବା ବେଳେ କ୍ୱାର୍ଟଜ୍ ସ୍ଫଟିକ୍‌ ନାମକ ଏକ ପଥର ପାଇଥିଲେ । ଏହି ଖବର ଚାରିଆଡେ ବ୍ୟାପିଯିବା ପରେ ଦକ୍ଷିଣ ଆଫ୍ରିକାର ବିଭିନ୍ନ ଅଞ୍ଚଳରୁ ଲୋକଙ୍କର ସୁଅ ଛୁଟିଥିଲା । ଗତ ଶନିବାର ଦିନ ଠାରୁ ସେଠାରେ ଲୋକମାନେ ଖୋଳିବା ଜାରି ରଖିଛନ୍ତି । କିଛି ଲୋକ ଏହି ପଥର ଖଣ୍ଡ ମଧ୍ୟ ପାଇଛନ୍ତି । ମେଣ୍ଡୋ ସାବେଲୋ ନାମକ ଜଣେ ବ୍ୟକ୍ତି ମଧ୍ୟ ଏହି ପଥରର କିଛି ଖଣ୍ଡ ପାଇଛନ୍ତି । ଏହା ପାଇବା ପରେ ସେ କହିଛନ୍ତି, ‘ ଏହି ପଥର ଖଣ୍ଡ ମୋର ଭାଗ୍ୟ ବଦଳେଇଦେବ’ ।

Image
Reuters


ଆଉ ଜଣେ ବ୍ୟକ୍ତି କହିଛନ୍ତି, କୌଣସି କାମ ନଥିଲା । ଲୋକମାନେ ବହୁତ ଅସୁବିଧାରେ ରହୁଥିଲେ । କିନ୍ତୁ ଏହି ପଥର ପାଇବା ପରେ କିଛି ଲୋକଙ୍କର ଭାଗ୍ୟ ବରିବର୍ତ୍ତନ ହୋଇଯାଇଛି । ସ୍କୁମ୍ବୁଜୋ ମିବେଲେ କହିଛନ୍ତି ଯେ, ‘ମୁଁ ମୋ ଜୀବନରେ ହୀରା ଦେଖି ନଥିଲି କିମ୍ବା ଛୁଇଁ ନଥିଲି। ପ୍ରଥମ ଥର ପାଇଁ ମୁ୍ଁ ଏହାକୁ ପାଇଛି ।’

Image
Reuters


ତେବେ ଏହାକୁ ନେଇ ଦକ୍ଷିଣ ଆଫ୍ରିକା ଖଣି ମନ୍ତ୍ରାଳୟ କହିଛି ଯେ, ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ସେଠାକୁ ଭୌଗୋଳିକ ଏବଂ ଖଣି ବିଶେଷଜ୍ଞମାନଙ୍କୁ ତୁରନ୍ତ ପଠାଯାଇଛି । ସେମାନେ ସେଠାରୁ ସେହି ପଥର ଖଣ୍ଡର ସାମ୍ପୁଲ ସଂଗ୍ରହ କରିବେ ଏବଂ ପରୀକ୍ଷା କରିବେ ।

Image
Reuters

   Related Posts