Friday, May 24, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଷାଠିଏ ବର୍ଷରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟ: ୧୧ ତାରିଖରୁ ୩ ଦିନ ହୀରକ ଜୟନ୍ତୀ ଉତ୍ସବ

କେନ୍ଦ୍ରାପଡ଼ା ୮|୨: ଷାଠିଏ ବର୍ଷରେ ପାଦ ଦେଇଛି କେନ୍ଦ୍ରାପଡ଼ା ମହାବିଦ୍ୟାଳୟ। ମାତ୍ର ୭୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୧୯୫୯ ରେ ଆରମ୍ଭ ହୋଇଥିବା କେନ୍ଦ୍ରାପଡ଼ା କଲେଜ ଆଜି ତାର କଳେବର ବୃଦ୍ଧି କରିଛି। ୧୧ରେ ହୀରକ ଜୟନ୍ତୀ ପାଳନ ପାଇଁ ଚାଲିଛି ଜୋରଦାର ଆୟୋଜନ ।

ହୀରକ ଜୟନ୍ତୀ ପାଇଁ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ଚାଲିଛି ଜୋରଦାର ପ୍ରସ୍ତୁତି । କଲେଜ ପରିସରକୁ ଆକର୍ଷଣୀୟ ଢଙ୍ଗରେ ସଜା ଯାଇଛି । ହୀରକ ଜୟନ୍ତୀ ପାଇଁ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ୧୧ ତାରିଖରୁ ୩ ଦିନ ଧରି ଚାଲିବ ଉତ୍ସବ ।  ଏହା ଭିତରେ ରହିଛି ରକ୍ତଦାନ ଶିବିର, ଆଲୋଚନାଚକ୍ର, ନୃତ୍ୟଗୀତ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯୟକ୍ରମ । ଏଥିରେ ବର୍ତ୍ତମାନର ଛାତ୍ର ଛାତ୍ରୀଙ୍କ ସମେତ ପୁରାତନ ଛାତ୍ର ଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଭାଗ ନେବେ । ଉତ୍ସବକୁ ସଫଳ କରିବାକୁ ସବୁ ପ୍ରକାର ଉଦ୍ୟମ ଚାଲିଥିବା କଲେଜ କର୍ତୃପକ୍ଷ କହିଛନ୍ତି।

କେବଳ କଳା ବିଭାଗରେ ୭୫ ଜଣ ଛାତ୍ରଛାତ୍ରୀ, ୪  ଜଣ ଅଧ୍ୟାପକଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କଲେଜ୍ ରେ ଏବେ ରହିଛି ୨୨ ଟି ଅନର୍ସ ବିଭାଗ, ୨ ଟି ସ୍ନାତକୋତର ଶ୍ରେଣୀ। ୪ ହଜାରରୁ ଅଧିକ ପିଲା ପାଠ ପଢୁଛନ୍ତି । ପ୍ରାୟ ୬୬ ଏକର ଜାଗା ଉପରେ ଛିଡା ହୋଇଥିବା ଏହି ଶିକ୍ଷାନୁଷ୍ଠାନଟି ଏକ ଆଦର୍ଶ ମହାବିଦ୍ୟାଳୟର ସୁଖ୍ୟାତି ଅର୍ଜନ କରିଛି ।  

288 Views

   ସମ୍ବନ୍ଧିତ ଖବର