Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||

ରେଭେନ୍ସା ଶିକ୍ଷା ବିଭାଗର ହୀରକ ଜୟନ୍ତୀ

2/08/2018 at 4:59 PM

୭୫ବର୍ଷରେ ପାଦ ଦେଇଛି ରେଭେନ୍ସା ବିଶ୍ବବିଦ୍ୟାଳୟର ଶିକ୍ଷା ବିଭାଗ । ରାଜ୍ୟପାଳ ଗଣେଶୀ ଲାଲ୍ ହୀରକ ଜୟନ୍ତୀ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଓଡିଶା ଭଳି ଏକ ପବିତ୍ର ପ୍ରଦେଶ ସହିତ ୨ହଜାର ବର୍ଷର ଗୌରବମୟ ଇତିହାସ ଯୋଡି ହୋଇ ରହିଛି । ଶିକ୍ଷା ଓ ସଂସ୍କୃତି କ୍ଷେତ୍ରରେ ଏ ପ୍ରଦେଶ ଯେତିକି ସମୃଦ୍ଧ , କଳା ଭାସ୍କର୍ଯ୍ୟକୁ ନେଇ ଓଡିଶା ବିଶ୍ବରେ ସ୍ବତନ୍ତ୍ର ପରିଚୟ ସୃଷ୍ଟ କରିପାଇଛି । ତେଣୁ ଓଡିଶାକୁ ଆହୁରି ସଶକ୍ତ କରାଇବାରେ ଛାତ୍ରଛାତ୍ରୀ ମାନେ ଆଗ୍ରହ ଦେଖାନ୍ତୁ । ରେଭେନ୍ସା ବିଶ୍ବବିଦ୍ୟାଳୟ ଶିକ୍ଷା ବିଭାଗର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ସେହିଭଳି ହୀରକ ଜୟନ୍ତୀ ଅବସରରେ ଶିକ୍ଷା ବିଭାଗ ବିଷୟରେ ବିଷଦ ବୀବରଣୀ ରଖିଥିଲେ ରେଭେନ୍ସା କୂଳପତି ପ୍ରଫେସର ଇଶାନ ପାତ୍ର । ଶୁକ୍ରବାର ରେଭେନ୍ସା ପରିସରରେ ଏକ ଜାତୀୟ ସ୍ତରୀୟ ସେମିନାର ଆୟୋଯିତ ହେବ । ଯେଉଁଥିରେ ଶିକ୍ଷା ବିଭାଗ ସହ ଯୋଡି ହୋଇ ରହିଥିବା ବହୁ ପ୍ରତିଷ୍ଠିତ ବ୍ୟକ୍ତି ଓ ଶିକ୍ଷାବିତ ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

   Related Posts