ପାହାଡ ଉପରୁ ନଈକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଲେ ଦିୟା ମିର୍ଜା, ସେନା ବଞ୍ଚାଇଲା ଜୀବନ

Published By : Prameya-News7 Bureau | April 10, 2019 IST

wp:heading {"level":5}
ମୁମ୍ୱାଇ୧୦|୪: ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ତାଙ୍କ ଅଭିନୟ ସହ ସାମାଜିକ ସେବା ମଧ୍ୟ ଚର୍ଚ୍ଚାରେ ରୁହନ୍ତି। ସିନେମା ଜଗତ ସହ ଗଣମାଧ୍ୟମରେ ମଧ୍ୟ ସେ ତାଙ୍କର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି। ଦିୟାଙ୍କ ହସ ପାଇଁ ସେ ଅନେକ ଜଣଙ୍କ ଦିଲ୍‌ରେ ରାଜ କରନ୍ତି। ୨୦୦୦ ମସିହାରେ ମିସ ବିୟୁଟିଫୁଲ ସ୍ମାଇଲ୍‌ର କ୍ରାଉନ ଜିତିଥିଲେ ଦିୟା ।
/wp:heading {"id":102053,"width":587,"height":443}

୨୦୦୦ ମସିହାରେ ମିସ ଏସିଆ ଟାଇଟେଲ ହାସଲ କରିଥିବା ମିର୍ଜା ୨୦୦୧ ମସିହାରେ “ରେହେନା ହୈ ତେରେ ଦିଲ୍‌ ମେ” ଫିଲ୍ମରୁ ବଲିଉଡରେ ପାଦ ଦେଇଥିଲେ। ଆଜି ମଧ୍ୟ ଏହି ଫିଲ୍ମ ଦର୍ଶକ ଆଗ୍ରହ ସହ ଦେଖନ୍ତି।   

{"id":102054}
wp:heading {"level":5}
ଦିୟା ତାଙ୍କ ଆଗାମୀ ୱେବ ସିରିଜ “କାଫିର” ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଏକ ପାହାଡି ଇଲାକାରେ ନିଜର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ୱେବ ସିରିଜ ଭାରତ-ପାକିସ୍ତାନ ସଂପର୍କ ଉପରେ ଆଧାରିତ। ଅଭିନେତା ମୋହିତ ରୈନା ଓ ଅଭିନେତ୍ରୀ ଦିୟା ମିର୍ଜା “କାଫିର”ର ଶୁଟିଂ ପାଇଁ ସାଙ୍ଗଲା ଯାଇଛନ୍ତି।
/wp:heading {"id":102055}

ଗତ ୫ ଦିନ ଧରି ଏହି ୱେବ ସିରିଜର ଶୁଟିଂ ପାଇଁ ପୂରା ଟିମ୍‌ ଖୁବ୍‌ ପରିଶ୍ରମ କରୁଛନ୍ତି। ଏପ୍ରିଲ ମାସ ୨୫ ତାରିଖ ଯାଏଁ “କାଫିର”ର ଶୁଟିଂ ପାଇଁ ପୂରା ଟିମ୍‌ ସେଠାରେ ରହିବ। ମୋହିତ ଓ ଦିୟା ମଧ୍ୟ ପାକ ଅଧୀକୃତ କାଶ୍ମୀର(ପିଓକେ)ରେ ରହୁଛନ୍ତି।

{"id":102056,"width":577,"height":323}
wp:heading {"level":5}
ତେବେ ୱେବ୍‌ ସିରିଜର କାହାଣୀ ଅନୁସାରେ ଦିୟା ମିର୍ଜା ଆତ୍ମହତ୍ୟା କରିବା ପାଇଁ ନଦୀକୁ ଡେଇଁଥିଲେ। ହେଲେ ଭାରତୀୟ ସେନା ତାଙ୍କୁ ନଦୀରୁ ବଞ୍ଚୋଇ ଆଣିଥିଲେ। ଏହି ଭଳି ଫିଲ୍ମର କାହାଣୀ ଆରମ୍ଭ ହୋଇଛି।
/wp:heading {"id":102057,"width":584,"height":368}

ବଡ ପରଦାରେ ଦିୟାଙ୍କ ଅଭିନୟ ଅନେକ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି। ତେଣୁ ଏବେ ୱେବ୍‌ ସିରିଜରେ ତାଙ୍କୁ ଦେଖିବା ପାଇଁ ଦର୍ଶକ ଅପେକ୍ଷାରେ ଅଛନ୍ତି।

wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}

 

/wp:heading wp:heading {"level":1}




/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.