Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

୫୦୦ ପରିବାର ମୁହଁରେ ହସ ଫୁଟାଇବେ ଦିୟା: ୪୦ ଦିନ ଯାଏଁ ପ୍ରତିଦିନ ଦାନ କରିବେ ଏକ ଲକ୍ଷ ଟଙ୍କା

1/12/2021 at 8:09 PM

ମୁମ୍ବାଇ ୦୧/୧୨ : ଡିସେମ୍ବର ୯ ତାରିଖରେ ଦିୟା ମିର୍ଜା ନିଜର ୪୦ତମ ଜନ୍ମଦିନ ପାଳନ କରିବେ। ନିଜ ଜନ୍ମଦିନକୁ ସେ ଖାସ ଅନ୍ଦାଜରେ ପାଳନ କରିବାକୁ ଚାହୁଁଛନ୍ତି। ଜନ୍ମଦିନ ଅବସରରେ ସେ କରୋନାରେ ପ୍ରାଣ ହରାଇଥିବା ବନବିଭାଗ କର୍ମଚାରୀଙ୍କ ପରିବାର ପାଇଁ ଏକ ଯୋଜନା କରୁଛନ୍ତି। ଦିୟା ମିର୍ଜା ସବୁବେଳେ ପରିବେଶ ସୁରକ୍ଷା ସହ ଜଡିତ ଅଭିଯାନରେ ସାମିଲ ହୁଅନ୍ତି। ଦିୟା ମିର୍ଜା ସଂଯୁକ୍ତ ରାଷ୍ଟ୍ର ପର୍ଯାବରଣ କାର୍ଯ୍ୟକ୍ରମ (UNEP) ର ଗୁଡ଼ୱିଲ ଆମ୍ବାସେଡର ଅଛନ୍ତି। ସେ ଏକ ଫଣ୍ଡରେଜିଙ୍ଗ ପ୍ଲାଟଫର୍ମ ‘ମିଲାପ’ ଜରିଆରେ କହିଛନ୍ତି ଯେ ନିଜର ୪୦ତମ ଜନ୍ମଦିନରେ ୪୦ ଲକ୍ଷ ଟଙ୍କା ଦାନ କରିବେ।

ଦିୟା ମିର୍ଜା ଏକ ଟ୍ୱିଟ କରି ନିଜ ଶପଥ ବିଷୟରେ ଜଣାଇଛନ୍ତି। ସେ ଲେଖିଛନ୍ତି, “ଏଥର ମୋ ଜନ୍ମଦିନରେ ମୁଁ ସେ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହୁଁଚି ଯେଉଁମାନେ ମୋତେ ଫୁଲତୋଡ଼ା କିମ୍ବା ଆଉ କିଛି ଉପହାର ଦେବାକୁ ଚାହୁଁଛନ୍ତି, ତା ବଦଳରେ ଆମ ବନରକ୍ଷକଙ୍କୁ ସାହାଯ୍ୟ କରିବାକୁ wti ରେ ଦାନ କରନ୍ତୁ। ଜନ୍ମଦିନରେ ଏହା ଠାରୁ ଆଉ ଭଲ ଉପହାର ହୋଇପାରିବନି। ଆପଣମାନଙ୍କ ଉପହାର ଜଙ୍ଗଲର ରକ୍ଷକ ଓ ଶୋକ ସନ୍ତପ୍ତ ପରିବାର ପାଇଁ ସହାୟକ ହେବ ଯେଉଁମାନେ ପ୍ରକୃତିକୁ ରକ୍ଷା କରି କୋଭିଡ ପ୍ରାଣ ହରାଇଛନ୍ତି।”

ଆଗକୁ ସେ କହିଛନ୍ତି, ନିଜର ୪୦ତମ ଜନ୍ମଦିନରୁ ଆରମ୍ଭ କରି ଆଗାମୀ ୪୦ ଦିନ ଯାଏଁ ପ୍ରତିଦିନ ଏକ ଲକ୍ଷ ଟଙ୍କା ଦାନ କରିବେ ଏବଂ ଆପଣ ସମସ୍ତେ ମଧ୍ୟ ନିଜ ସକ୍ଷମ ଅନୁଯାୟୀ ରାଶି ଦାନ କରନ୍ତୁ।

ସେ କହିଛନ୍ତି, ବନରକ୍ଷକ ନିଜ ଜୀବନକୁ ବିପଦରେ ପକାଇ ଖରାପ ପାଣିପାଗ, ଜଙ୍ଗଲୀ ଜନ୍ତୁ, ଦୁର୍ଘଟଣା ଆଦିର ଶିକାର ହୋଇ ସମସ୍ତଙ୍କୁ ରକ୍ଷା କରନ୍ତି। ୨୦୨୧ ମାର୍ଚ୍ଚ ଓ ଜୁନ ମଧ୍ୟରେ ଲୋକେ ଘରେ ଥିବାବେଳେ ଭାରତର ୫୦୦ ରୁ ଅଧିକ ବନରକ୍ଷକ କରୋନାରେ ପ୍ରାଣ ହରାଇଛନ୍ତି।

   Related Posts