କଙ୍ଗନାଙ୍କୁ ସମର୍ଥନ କଲେ ଦିୟା ମିର୍ଜା: ସଞ୍ଜୟ ରାୱତଙ୍କୁ କହିଲେ, 'ଅପମାନଜନକ ଭାଷା କହିଥିବାରୁ କ୍ଷମା ମାଗନ୍ତୁ...'

Published By : Prameya-News7 Bureau | September 06, 2020 IST

ମୁମ୍ବାଇ ୦୬/୦୯ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଓ ମହାରାଷ୍ଟ୍ରର ଶିବସେନା ଦଳ ମଧ୍ୟରେ ଗତ କିଛି ଦିନ ହେଲା ଉତ୍ତେଜନା ଲାଗି ରହିଛି | ମୁମ୍ବାଇକୁ ଅସୁରକ୍ଷିତ କହିବା ସହ ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଥିଲେ କଙ୍ଗନା | କଙ୍ଗନା ମୁମ୍ବାଇକୁ ପିଓକେ ସହ ତୁଳନା କରିଥିଲେ | ଏହାପରେ ବିବାଦ ମୁଣ୍ଡ ଟେକିଥିଲା | ଏହି ବିବାଦ ଶେଷ ହେବାର ନାଁ ନେଉନାହିଁ | କଙ୍ଗନା ନିକଟରେ ଏକ ଟ୍ୱିଟ କରିଥିଲେ, ଯେଉଁଥିରେ ସେ କହିଥିଲେ ଯେ ଶିବସେନା ନେତା ସଞ୍ଜୟ ରାୱତ ତାଙ୍କୁ ଅପମାନଜନକ ଶବ୍ଦ କହିଛନ୍ତି | ଶନିବାର ଦିନ ଶିବସେନା କାର୍ଯ୍ୟକର୍ତ୍ତା କଙ୍ଗନାଙ୍କ ବିରୋଧରେ ପ୍ରଦର୍ଶନ କରି ତାଙ୍କ ପୋଷ୍ଟରକୁ ଚପଲ ମାଡ କରିଥିଲେ |

{"id":325702,"width":564,"height":294,"sizeSlug":"large"}

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ବର୍ତ୍ତମାନ କଙ୍ଗନାଙ୍କ ସପକ୍ଷରେ ବାହାରିଛନ୍ତି | ସଞ୍ଜୟ ରାୱତ କଙ୍ଗନାଙ୍କୁ ଅପମାନଜନକ ଶବ୍ଦ କହିଥିବାରୁ ଆପତ୍ତି ଦର୍ଶାଇଛନ୍ତି | ସଞ୍ଜୟ ରାୱତ କଙ୍ଗନାଙ୍କୁ ହାରାମଖୋର ବୋଲି କହିଥିଲେ | ଦିୟା ଏହାକୁ ନେଇ ପ୍ରଶ୍ନ କରିଛନ୍ତି | ସିୟା ସଞ୍ଜୟ ରାୱତଙ୍କ ଏହି ଭାଷାକୁ ନେଇ ଟ୍ୱିଟ କରିଛନ୍ତି | ଟ୍ୱିଟରେ ଦିୟା କହିଛନ୍ତି, କଙ୍ଗନାଙ୍କ ଶବ୍ଦକୁ ନେଇ କ୍ରୋଧ ଜାହିର କରିବାର ପୁରା ଅଧିକାର ଅଛି, କିନ୍ତୁ ଏହିଭଳି ଭାଷା ବ୍ୟବହାର ଯୋଗ୍ୟ ନୁହେଁ | ସେ ଏହିଭଳି ଭାଷା ବ୍ୟବହାରକୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି | ଏହିଭଳି ଭାଷା ବ୍ୟବହାର କରିଥିବାରୁ ସଞ୍ଜୟଙ୍କୁ କ୍ଷମା ମାଗିବା ଉଚିତ ବୋଲି ଦିୟା କହିଛନ୍ତି |

ସୂଚନାଯୋଗ୍ୟ ଯେ, ନିକଟରେ କଙ୍ଗନା ରଣାୱତ ଏକ ଟ୍ୱିଟ କରି କହିଥିଲେ ଯେ, ଶିବସେନା ନେତା ସଞ୍ଜୟ ରାୱତ ତାଙ୍କୁ 'ହାରାମଖୋର' ଯୁବତୀ ବୋଲି କହିଥିଲେ | କଙ୍ଗନା ନିଜ ଟ୍ୱିଟରେ ଲେଖିଥିଲେ ଯେ, ୨୦୦୮ ମସିହାରେ ମୁଭି ମାଫିଆ ତାଙ୍କୁ ପାଗଳ ଘୋଷିତ କରିଥିଲେ | ୨୦୧୬ ମସିହାରେ ତାଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରାଯାଇଥିଲା | ବର୍ତ୍ତମାନ ମହାରାଷ୍ଟ୍ର ମନ୍ତ୍ରୀ ତାଙ୍କୁ ଖୋଲାଖୋଲି ଅପମାନଜନକ ଭାଷା କହୁଛନ୍ତି | ଏହିଭଳି ଭାଷା ପ୍ରୟୋଗ କରିବାର କାରଣ ହେଲା ଯେ ଗୋଟିଏ ହତ୍ୟା ପରେ ସେ ମୁମ୍ବାଇରେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି | ବର୍ତ୍ତମାନ ଅସହିଷ୍ଣୁତା ଉପରେ ତର୍କ କରିବା ଯୋଦ୍ଧା କାହାନ୍ତି ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି |

wp:core-embed/twitter {"url":"https://twitter.com/KanganaTeam/status/1302210572549632000","type":"rich","providerNameSlug":"twitter","className":""}
https://twitter.com/KanganaTeam/status/1302210572549632000
/wp:core-embed/twitter

ବଲିଉଡ ଅଭିନେତ୍ରୀ ଦିୟା ମିର୍ଜା ବର୍ତ୍ତମାନ କଙ୍ଗନାଙ୍କ ସପକ୍ଷରେ ବାହାରିଛନ୍ତି | ସଞ୍ଜୟ ରାୱତ କଙ୍ଗନାଙ୍କୁ ଅପମାନଜନକ ଶବ୍ଦ କହିଥିବାରୁ ଆପତ୍ତି ଦର୍ଶାଇଛନ୍ତି | ସଞ୍ଜୟ ରାୱତ କଙ୍ଗନାଙ୍କୁ ହାରାମଖୋର ବୋଲି କହିଥିଲେ | ଦିୟା ଏହାକୁ ନେଇ ପ୍ରଶ୍ନ କରିଛନ୍ତି | ସିୟା ସଞ୍ଜୟ ରାୱତଙ୍କ ଏହି ଭାଷାକୁ ନେଇ ଟ୍ୱିଟ କରିଛନ୍ତି | ଟ୍ୱିଟରେ ଦିୟା କହିଛନ୍ତି, କଙ୍ଗନାଙ୍କ ଶବ୍ଦକୁ ନେଇ କ୍ରୋଧ ଜାହିର କରିବାର ପୁରା ଅଧିକାର ଅଛି, କିନ୍ତୁ ଏହିଭଳି ଭାଷା ବ୍ୟବହାର ଯୋଗ୍ୟ ନୁହେଁ | ସେ ଏହିଭଳି ଭାଷା ବ୍ୟବହାରକୁ ବିରୋଧ କରୁଛନ୍ତି ବୋଲି କହିଛନ୍ତି | ଏହିଭଳି ଭାଷା ବ୍ୟବହାର କରିଥିବାରୁ ସଞ୍ଜୟଙ୍କୁ କ୍ଷମା ମାଗିବା ଉଚିତ ବୋଲି ଦିୟା କହିଛନ୍ତି |

wp:core-embed/twitter {"url":"https://twitter.com/deespeak/status/1302258332044947457","type":"rich","providerNameSlug":"twitter","className":""}
https://twitter.com/deespeak/status/1302258332044947457
/wp:core-embed/twitter

ସୂଚନାଯୋଗ୍ୟ ଯେ, ନିକଟରେ କଙ୍ଗନା ରଣାୱତ ଏକ ଟ୍ୱିଟ କରି କହିଥିଲେ ଯେ, ଶିବସେନା ନେତା ସଞ୍ଜୟ ରାୱତ ତାଙ୍କୁ ହାରାମଖୋର ଯୁବତୀ ବୋଲି କହିଥିଲେ | କଙ୍ଗନା ନିଜ ଟ୍ୱିଟରେ ଲେଖିଥିଲେ ଯେ, ୨୦୦୮ ମସିହାରେ ମୁଭି ମାଫିଆ ତାଙ୍କୁ ପାଗଳ ଘୋଷିତ କରିଥିଲେ | ୨୦୧୬ ମସିହାରେ ତାଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରାଯାଇଥିଲା | ବର୍ତ୍ତମାନ ମହାରାଷ୍ଟ୍ର ମନ୍ତ୍ରୀ ତାଙ୍କୁ ଖୋଲାଖୋଲି ଅପମାନଜନକ ଭାଷା କହୁଛନ୍ତି | ଏହିଭଳି ଭାଷା ପ୍ରୟୋଗ କରିବାର କାରଣ ହେଲା ଯେ ଗୋଟିଏ ହତ୍ୟା ପରେ ସେ ମୁମ୍ବାଇରେ ନିଜକୁ ଅସୁରକ୍ଷିତ ଅନୁଭବ କରୁଛନ୍ତି | ବର୍ତ୍ତମାନ ଅସହିଷ୍ଣୁତା ଉପରେ ତର୍କ କରିବା ଯୋଦ୍ଧା କାହାନ୍ତି ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.