ବିବାହର ୫ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ଏହି ଅଭିନେତ୍ରୀ, ୬ ବର୍ଷ ପ୍ରେମ କଲା ପରେ କରିଥିଲେ ବିବାହ

Published By : Prameya-News7 Bureau | August 02, 2019 IST

ମୁମ୍ବାଇ୨|୮: ବଲିଉଡର ବରିଷ୍ଠ ଅଭିନେତ୍ରୀ ଦିୟା ମିର୍ଜାଙ୍କ ଫ୍ୟାନ୍ସ ଫାଇଁ ଏକ ଖରାପ ଖବର। ଭାରତର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଦିୟା। ନିଜ ବିବାହ ସମ୍ପର୍କକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଦିୟା ।ଶେଷ ଥର ପାଇଁ ସେ ବଲିଉଡର ସୁପରହିଟ୍‌ ଫିଲ୍ମ ସଂଜୁରେ ନଜର ଆସିଥିଲେ। ୧୯୮୧ ମସିହା ଡିସେମ୍ବର ମାସ ୯ ତାରିଖ ହାଇଦ୍ରାବାଦରେ ଦିୟାଙ୍କ ଜନ୍ମ ହୋଇଥିଲା। ରହେନା ହୈ ତେରେ ଦିଲ ମେଁ ବଲିଉଡ ଫିଲ୍ମରେ ଅଭିନୟ କରି ସେ ତାଙ୍କ ଫିଲ୍ମି କ୍ୟାରିଅର ଆରମ୍ଭ କରିଥିଲେ।

{"id":139953}

ଏହି ଫିଲ୍ମରେ ଅଭିନେତା ମାଧବନଙ୍କ ସହ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଅପରପକ୍ଷରେ ଦିୟାଙ୍କ ସ୍ବାମୀ ସାହିଲ ସାଙ୍ଗା ଫିଲ୍ମରେ ନିର୍ଦ୍ଦେଶକ ଓ କୋ-ପ୍ରଡ୍ୟୁସର  ଥିଲେ। ଫିଲ୍ମ ଲଭ ବ୍ରେକ ଅପ୍‌ ଜିନ୍ଦଗୀରେ ନିର୍ଦ୍ଦେଶକ ଭାବେ କାମ କରିଥିଲେ ସାହିଲ। ପରବର୍ତ୍ତି ସମୟରେ ସାହିଲ ସଲାମ-ଏ-ଇସ୍କରେ ସହଯୋଗୀ ନିର୍ଦ୍ଦେଶକ ଭାବେ କାମ କରିଥିଲେ। ସାହିଲ ଓ ଦିୟାଙ୍କର ନିଜର ବର୍ଣ୍ଣ ଫ୍ରି ଏଣ୍ଟରଟେନମେଣ୍ଟ ନାମକ ଏକ ପ୍ରଡକ୍‌ସନ ହାଉସ ଅଛି ।

{"id":139954}

ବିବାହର ୫ ବର୍ଷ ପରେ ଦିଆ ତାଙ୍କ ସ୍ବାମୀ ସାହିଲ ସଙ୍ଘାଙ୍କ ଠାରୁ ଅଲଗା ହୋଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଦିୟା ଏହି ସୁଚନା ଦେଇଛନ୍ତି । ୨୦୧୪ ମସିହାରେ ଦିୟା ନିଜ ଲଂଗ ଟାଇମ୍‌ ବ୍ୟବସାୟ ପାର୍ଟନର ସାହିଲ ସଙ୍ଘାଙ୍କୁ ବିବାହ କରିଥିଲେ। ଏହି ଦମ୍ପତ୍ତି ନିଜ ରୟାଲ ୱେଡିଂକୁ ନେଇ ଖୁବ୍‌ ଚର୍ଚ୍ଚାରେ ଥିଲେ। ଦିଲ୍ଲୀରେ ଉଭୟ ପରିବାରର ସଦସ୍ୟଙ୍କ ଉପସ୍ଥିତିରେ ଦୁହିଁଙ୍କ ବିବାହ ହୋଇଥିଲା।

{"id":139955,"width":576,"height":428}

ଏନେଇ ଦିୟା କହିଛନ୍ତି ଯେ, ଉଭୟ ପରସ୍ପର ସହ କତାବର୍ତ୍ତା ଓ ବୁଝାମଣା କରି ପରେ ବିବାହ ବିଚ୍ଛେଦ ଲାଗି ନିଷ୍ପତ୍ତି ନେଇଛନ୍ତି। ସାହିଲ ଓ ଦିୟାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିବ। ଉଭୟ ଭଲ ବନ୍ଧୁ ହୋଇ ପରସ୍ପରଙ୍କୁ ସପୋର୍ଟ କରିବେ ବୋଲି ଦିୟା କହିଛନ୍ତି।  ଉଭୟଙ୍କ ରାସ୍ତା ଅଲଗା ରହିବ ହେଲେ ସବୁ କଥା ପରସ୍ପରଙ୍କ ସହ ସେୟାର କରିବେ।  ଏହି ନିଷ୍ପତିକୁ ଗ୍ରହଣ କରି ସମର୍ଥନ କରିବା ପାଇଁ ଦିୟା ନିଜ ପରିବାର ଏବଂ ବନ୍ଧୁମାନଙ୍କୁ ଇନ୍‌ଷ୍ଟାରେ ଧନ୍ୟବାଦ ଜଣାଇଛନ୍ତି ।

{"id":139956}

ସାହିଲ ଓ ଦିୟା ହଠାତ୍‌ ଏହି ନିଷ୍ପତ୍ତି ନେବାର କାରଣ ସ୍ପଷ୍ଟ ହୋଇନାହିଁ। ଏହା ସହିତ ସେମାନେ ଲେଖିଛନ୍ତି,"ଏହା ପରେ ଏହି ପ୍ରସଙ୍ଗରେ ସେମାନେ କୌଣସି ପ୍ରତିକ୍ରିୟା ଦେବେ ନାହିଁ। ତେବେ ସେମାନଙ୍କ ସଂପର୍କ ଆହୁରି ପୁରୁଣା ଥିଲା। ସେମାନେ ବାହାଘରର ୫ ବର୍ଷ ପୂର୍ବରୁ ପରସ୍ପରକୁ ଜାଣିଥିଲେ ଓ ସଂପର୍କରେ ଥିଲେ।ତେଣୁ କହିବାକୁ ଗଲେ ୧୧ବର୍ଷର ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିଛି ।

{"id":139958}

ସୂଚନାଯୋଗ୍ୟ ଯେ, ୨ ସପ୍ତାହ ପୂର୍ବରୁ ଜୁଲାଇ ୧୬ ତାରିଖରେ ସାହିଲଙ୍କ ଜନ୍ମଦିନ ଥିଲା। ଏହି ଅବସରରେ ଦିୟା ସାହିଲଙ୍କୁ ଶୁଭକାମନା ଜଣାଇ ଫଟୋ ମଧ୍ୟ ପୋଷ୍ଟ କରିଥିଲେ। ଫଟୋରେ ଦିୟା ଲୋଖିଥିଲେ ଯେ, ସବୁଠୁ ଭଲ ମଣିଷଙ୍କୁ ଜନ୍ମଦିନର ଶୁଭକାମନା ଓ ଏହା ସହ ହାର୍ଟ ଇମୋଜି ଦେଇଥିଲେ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.