Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||
  • ପୁରୀ : ଶ୍ରୀମନ୍ଦିରରେ ବଢିଲା କଟକଣା : ସପ୍ତାହର ୨ଦିନ ଦର୍ଶନ ବନ୍ଦ, ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ
  • ||

ଫଟୋ ସେୟାର କରି ଇଷ୍ଟରର ଅଭିନନ୍ଦନ ଜଣାଇଲେ ଦିୟା ମିର୍ଜା, ଖୁବ୍ ଶିଘ୍ର ମା’ ହେବେ ଅଭିନେତ୍ରୀ

5/04/2021 at 3:31 PM

ମୁମ୍ବାଇ ୦୫/୦୪: ନିକଟରେ ଅଭିନେତ୍ରୀ ଦିୟା ମିର୍ଜା ତାଙ୍କ ଫ୍ୟାନ୍ସମାନଙ୍କୁ ମା’ ହେବାର ଖୁସି ଖବର ଜଣାଇଥିଲେ । ଦିୟା ଚଳିତ ବର୍ଷ ଫେବୃଆରୀ ୧୫ ରେ ବୈଭବ ରେଖିଙ୍କୁ ବିବାହ କରିଥିଲେ । ଏହା ପରେ ଦିୟା ଗତକାଲି ତାଙ୍କ ଫ୍ୟାନ୍ସମାନଙ୍କୁ ଇଷ୍ଟର ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହା ସହିତ ସେ ତାଙ୍କର ଏକ ସୁନ୍ଦର ଭିଡିଓ ମଧ୍ୟ ସେୟାର କରିଛନ୍ତି ।

ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଦିୟା ଲେଖିଛନ୍ତି, ‘ସନସାଇନ୍ ସନ୍ ଡେ’, ହାପି ଇଷ୍ଟର।‘ ଏହା ସହିତ ସେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଧଳା ରଙ୍ଗର ଏକ ଢିଲା ପୋଷାକ ପିନ୍ଧିଛନ୍ତି ଏବଂ ତାଙ୍କ କେଶ ଖୋଲା ରଖିଛନ୍ତି । ଏହି ଭିଡିଓରେ ଦିୟା ଖୁବ୍ ସୁନ୍ଦର ଦେଖାଯାଉଛନ୍ତି ଏବଂ ତାଙ୍କ ଫ୍ୟାନ୍ସମାନେ ଏହି ଭିଡିଓରେ ବହୁତ କମେଣ୍ଟ କରୁଛନ୍ତି ।

ବିବାହ ପରେ ଦିୟା ମିର୍ଜା, ବୈଭବ ରେଖି ଏବଂ ତାଙ୍କ ଝିଅ ସମାୟରାଙ୍କ ସହ ଛୁଟି କାଟିବା ପାଇଁ ମାଲଦ୍ୱୀପକୁ ଯାଇଥିଲେ । ବିବାହ ପରେ ପ୍ରଥମ ଥର ପାଇଁ ଦିୟା ତାଙ୍କ ସ୍ୱାମୀଙ୍କ ସହ ଏକ ସ୍ୱତନ୍ତ୍ର ଛୁଟିରେ ଯାଇଥିଲେ । ସୋସିଆଲ ମିଡିଆରେ ତାଙ୍କର ଫଟୋକୁ ଫ୍ୟାନ୍ସମାନେ ଖୁବ୍ ପସନ୍ଦ କରିଥିଲେ ।

दीया मिर्जा, वैभव रेखी, समायरा

ୱାର୍କ ଫ୍ରଣ୍ଟରେ ଦିୟା ମିର୍ଜା ୨୦୨୦ରେ ଫିଲ୍ମ ‘ଥାପଡ’ରେ ନଜର ଆସିଥିଲେ । ଏହି ଫିଲ୍ମରେ ତାଙ୍କ ବ୍ୟତୀତ ତାପସୀ ପନ୍ନୁ, ପାଭେଲ ଗୁଲାଟି ଏବଂ ଅନ୍ୟ ଷ୍ଟାରମାନେ ସେଠାରେ ଥିଲେ । ଏହି ଫିଲ୍ମଟିରେ ନିର୍ଦ୍ଦେଶନା ଦେଇଥିଲେ ଅନୁଭବ ସିହ୍ନା । ଏହା ପୂର୍ବରୁ ଦିୟା ଫିଲ୍ମ ‘ସଞ୍ଜୁ’ରେ ନଜର ଆସିଥିଲେ । ସେଥିରେ ସେ ମାନ୍ୟତା ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ ।

   Related Posts