ବଙ୍ଗୀୟ ମହିଳାଙ୍କ ନାଚରେ ଦୁଲୁକିଲା ପୂଜା ମଣ୍ଡପ, ଆକର୍ଷଣ ଥିଲା ଧୁନୁଚୀ ନୃତ୍ୟ

Published By : Prameya-News7 Bureau | October 14, 2021 IST

କୋଲକାତା ୧୪/୧୦: ସବୁଠି ପୂଜା ପାଉଛନ୍ତି ଜଗଦ୍ଧାତ୍ରୀ ଜଗଦମ୍ୱା । ମାଆଙ୍କ ଆଗମନରେ ଚଳଚଞ୍ଚଳ ଧରାପୃଷ୍ଠ । ବେଦ ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ପରିବେଶ । ମାଆ ଆଶିଷ ଟିକିଏ ପାଇବାକୁ ବିଭିନ୍ନ ସ୍ଥାନରେ ଲାଗିଛି ଗହଳି । ବିଶେଷ କରି ପଶ୍ଚିମବଙ୍ଗରେ ମାଆ ପୂଜାର ଥାଏ ବହୁ ବିଶେଷତ୍ୱ । ଏଠାରେ ସୁନ୍ଦର ସୁନ୍ଦର ଦେବୀଙ୍କ ପ୍ରତିମୂର୍ତ୍ତି ସହ ସୁଉଚ୍ଛ ତୋରଣ ଝଲସୁଛି ।

wp:html /wp:html

ତେବେ ଏଠାରେ ଥିବା ବଙ୍ଗାଳୀ ସମ୍ପ୍ରଦାୟର ଲୋକେ ମାଆଙ୍କ ପୂଜାକୁ ଅଧିକ ଖାସ୍ କରିଥାନ୍ତି । ସେମାନଙ୍କର ପ୍ରତିଦିନ ଦେଖିବାକୁ ମିଳିଥାଏ ନୂଆ ନୂଆ ବେଶ ଭୂଷା । ପ୍ରତିଦିନ ପେଣ୍ଡାଲରେ ମାଆ ଦର୍ଶନ ସହ ନାଚଗୀତ ଦେଖିବାକୁ ମିଳିଥିଏ । ଠିକ୍ ସେହିପରି ଆସାନସୋଲ, ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାରେ ଦେଖିବାକୁ ମିଳିଥିଲା ମହିଳାଙ୍କ ନିଆରା ନୃତ୍ୟ । ସୁନ୍ଦର ଭାବେ ସଜେଇ ହୋଇ ମହିଳାମାନେ ପ୍ରଦର୍ଶିତ କରିଥିଲେ ଧୁନୁଚୀ ନୃତ୍ୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.