Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଧୁନ୍ଦୁଗାଡିଆ ଶିଶୁ ଦୁଷ୍କର୍ମ ଓ ହତ୍ୟା ଘଟଣା: ଅଭିଯୁକ୍ତଙ୍କୁ ନେଇ ସିନ୍ ରିକ୍ରିଏସନ କଲା ପୋଲିସ, ମିଳିଲା ସୁରାକ

20/06/2021 at 5:44 PM

ନୟାଗଡ ୨୦।୦୬: ବାଣିଗୋଛା ଥାନା ଧୁନ୍ଦୁଗାଡିଆ ଶିଶୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଅଭିଯୁକ୍ତ ସାଗର ଦଳେଇକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କଲା ନୟାଗଡ ପୋଲିସ। ସିନ୍ ରିକ୍ରିଏସନ ସମୟରେ ଅଧିକ କିଛି ସୁରାକ ପାଇଛି ପୋଲିସ । ଅଭିଯୁକ୍ତକୁ ଗିରଫ ପରେ ଗତ ୧୮ତାରିଖରେ ତିନିଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ ।

ଗତ ୧୨ତାରିଖ ଦିନ ଅପରାହ୍ନରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ୫ବର୍ଷର ନାବାଳିକା ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି କରି ବିଫଳ ହେବା ପରେ ୧୩ତାରିଖରେ ବାଣିଗୋଛା ଥାନାରେ ଅଭିଯୋଗ କରିଥିଲେ ପରିବାର ଲୋକ । ଡଗ୍ ସ୍କ୍ୱାର୍ଡ ଟିମ୍ ଗାଁକୁ ଯାଇଥିଲେ ମଧ୍ୟ କିଛି ସୂରାଗ୍ ମିଳିନଥିଲା । ନିଜେ ଏସ୍ ପି ସିଦ୍ଧାର୍ଥ କଟାରିଆ ଗାଁକୁ ଯାଇ ତଦନ୍ତ କରିଥିଲେ । ୧୬ତାରିଖରେ ଗାଁ ନିକଟରେ ଥିବା ଜଙ୍ଗଲ ଭିତର ନାଳରୁ ନାବାଳିକାର ମୃତଦେହ ମିଳିଥିଲା । ଶିଶୁର ଦେହରୁ ମୁଣ୍ଡ ସମ୍ପୂର୍ଣ୍ଣ ଅଲଗା  ହୋଇଥିଲା ।

ଏହି ଘଟଣାରେ ପୋଲିସ ସେହି ଗାଁର ସାଗର ଦଳେଇକୁ ଗିରଫ କରିଥିଲା । ସାଗର ଏବଂ ଶିଶୁର ବାପାଙ୍କ ମଧ୍ୟରେ ପୂର୍ବରୁ କିଛିଟା ବିବାଦ ରହିଥିଲା । ଗାଁର ଛୋଟ ଛୋଟ ପିଲାମାନେ ବିଭିନ୍ନ ସମୟରେ ମୋବାଇଲ ଦେଖିବା ପାଇଁ ସାଗର ପାଖକୁ ଯାଉଥିଲେ । ଏହାର ସୁଯୋଗ ନେଇ ସେହିଦିନ ସାଗର ନାବାଳିକାକୁ ଦୁଷ୍କର୍ମ କରିଥିଲା । ଶିଶୁଟି ଅଚେତ ହୋଇଯିବାରୁ ଭୟରେ ତାର ବେକକୁ ଏକ ରଶି ସାହାଯ୍ୟରେ ଚିପି ହତ୍ୟା କରିଥିଲା ସାଗର । ପରେ ମୃତଦେହକୁ ନାଳରେ ଫିଙ୍ଗି ଦେଇଥିଲା ।

ସବୁ ଘଟଣାକୁ ନିଜେ ଅଭିଯୁକ୍ତ ସ୍ବୀକାର କରିଥିବା ଏସ ପି ଗଣମାଧ୍ୟମକୁ କହିଥିଲେ । ଗତ ୧୭ତାରିଖରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲା ପୋଲିସ  । ଅଧିକ ପଚରାଉଚରା ପାଈଁ ୧୮ତାରିଖରେ ପୋକ୍ସୋ କୋର୍ଟରୁ ଅଭିଯୁକ୍ତକୁ ତିନିଦିନିଆ ରିମାଣ୍ଡରେ ନେଇଥିଲା ପୋଲିସ।  ତେବେ ଆଜି ଅଧିକ କଣ ସୁରାକ୍ ମିଳିଛି ସେ ସମ୍ପର୍କରେ ପୋଲିସ ମୁହଁ ଖୋଲିନଥିଲେ ମଧ୍ୟ ଶିଶୁ ପିନ୍ଧିଥିବା ପ୍ୟାଣ୍ଟକୁ ଅଭିଯୁକ୍ତ ବାହାର କରିଥିବା ଜଣାପଡିଛି । ଆଜି ସାଗରର ରିମାଣ୍ଡ ଶେଷ ହେଉଛି । ସେପଟେ ପୁଅ ଦୋଷ କରିଛି ତାକୁ ଦଣ୍ଡ ମିଳୁ ବୋଲି ଅଭିଯୁକ୍ତର ମା କହିଛନ୍ତି ।

   Related Posts