ପାରାଦୀପରେ ଧୂଳି ସତ୍ୟାଗ୍ରହ : ପ୍ରଦୂଷଣ ରୋକିବା ଦାବିରେ ଆନ୍ଦୋଳନ

Published By : Prameya-News7 Bureau | February 08, 2019 IST

ପାରାଦୀପ ୮|୨: ପାରାଦୀପରେ ଧୂଳି ସତ୍ୟାଗ୍ରହ । ପାରାଦୀପରେ ବଢୁଥିବା ପ୍ରଦୂଷଣ ରୋକିବା ଦାବିରେ ଆନ୍ଦୋଳନ । ପାରାଦୀପ ନାଗରିକ ମଞ୍ଚ ପକ୍ଷରୁ ରାଜ୍ୟ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଫିସ ଆଗରେ ଧାରଣା ଦିଆଯାଇଛି । ସହରରେ ଶିଳ୍ପାନୁଷ୍ଠାନର ନିର୍ଗତ ଗ୍ୟାସ ଓ ବର୍ଯ୍ୟବସ୍ତୁ ଯୋଗୁଁ ଜଳବାୟୂ ଦୂଷିତ ହେଉଥିବା ଅଭିଯୋଗ ହୋଇଛି । ଏହା ସହ ବନ୍ଦରକୁ ଆସୁଥିବା ଯାନବାହାନ ଯୋଗୁଁ ପ୍ରଦୂଷଣ ବଢୁଛି । ଏପରିକି କୋଇଲାଗୁଣ୍ଡ ଉଡି ଜୀବନଯାତ୍ରା ବିପର୍ଯ୍ୟସ୍ତ ହେଉଛି । ଏ ନେଇ ଗତ ୧୦ ଦିନ ତଳେ ମଞ୍ଚ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା । ହେଲେ ପ୍ରଦୂଷଣ ବୋର୍ଡ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଏହି ଧୂଳି ସତ୍ୟାଗ୍ରହ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.