କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଲେ ଧର୍ମେନ୍ଦ୍ର ପ୍ରଧାନ

Published By : Prameya-News7 Bureau | May 30, 2019 IST

ମୋଦିଙ୍କ ପ୍ରଥମ ପାଳି ମନ୍ତ୍ରିମଣ୍ଡଳରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଥିବା  ଧର୍ମେନ୍ଦ୍ର ପ୍ରଧାନ ଆଜି ମୋଦିଙ୍କ ଦ୍ବିତୀୟ ପାଳି ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସୂଚନା ଯୋଗ୍ୟଯେ ଓଡିଶାରେ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମଙ୍ଗ ଧରିଥିଲେ। ଓଡିଶାରେ ଚଳିତ ଥର ୮ ଜଣ  ସାଂସଦ ବିଜୟୀ ହୋଇଥିବା ବେଳେ ନିଜେ ଧର୍ମେନ୍ଦ୍ର ନିର୍ବାଚନ ଲଢିନଥିଲେ। ସମଗ୍ର ରାଜ୍ୟରେ ସେ ନିର୍ବାଚନ ପ୍ରଚାର ପିରଚାଳନା କରିଥିଲେ। ୨୦୦୦ ମସିହାରେ ବିଜେପିକୁ ଓଡିଶାରୁ ମାତ୍ର ଗୋଟିଏ ଆସନ ମିଳିଥିବା ବେଳେ ଚଳିତ ଥର ଧର୍ମେନ୍ଦ୍ରଙ୍କ ନେତୃତ୍ବରେ ଦଳ ୨୧ରୁ ୮ଟି ଆସନରେ ବିଜୟୀ ହୋଇଛି। ଆଜି ନେରନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ସେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.