ବଜେଟ୍ ୨୦୨୦: ଧର୍ମେନ୍ଦ୍ର କହିଲେ ସବୁଠୁ ଅଧିକ ଲାଭବନ ହେବ ଓଡିଶା

Published By : Prameya-News7 Bureau | February 01, 2020 IST

ଭୁବନେଶ୍ୱର ୧।୨: କେନ୍ଦ୍ରୀୟ ବଜେଟ୍ ୨୦୨୦କୁ ନେଇ ବିଭିନ୍ନ ମହଲରୁ ପ୍ରତିକ୍ରିୟା ମିଳିବାରେ ଲାଗିଛି। ଏଥିରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ୍ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଲାଗି ସ୍ଥାୟୀ ଓ ନିରନ୍ତର ବିକାଶ ଉନ୍ମୁଖୀ ଅର୍ଥ ବ୍ୟବସ୍ଥାର ଯେଉଁ ଲକ୍ଷ ରଖିଛନ୍ତି ୨୦୨୦-୨୧ବଜେଟ୍ ଏହାର ଏକ ପ୍ରତିଫଳନ ବୋଲି କହିଛନ୍ତି। ଏଥିଲାଗି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧର୍ମେନ୍ଦ୍ର ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି।

{"id":218867,"sizeSlug":"large"}

ବଜେଟ୍‌ରେ ଗ୍ରାମ୍ୟ ଅର୍ଥନୀତିକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏଥିରେ କୃଷକ, ଯୁବକ, ମହିଳା,ଆଦିବାସୀ ଓ ପଛୁଆ ବର୍ଗଙ୍କୁ ପ୍ରାଥମିକତା ମିଳିଛି। ଯଦି ସବୁ ସମୂଦାୟକୁ ଏକତ୍ର କରି ବଜେଟ୍‌କୁ ଦେଖା ଯାଏ ତେବେ ଏଥିରୁ ଆମ ରାଜ୍ୟ ଓଡିଶା ବିଶେଷ ଲାଭବାନ ହୋଇପାରିବ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି। ଓଡିଶା ବିକାଶ କ୍ଷେତ୍ରରେ ଏକ ପଛୁଆ ରାଜ୍ୟ ହୋଇଥିବା ବେଳେ ଆଦିବାସୀ, ହରିଜନ ଓ ପଛୁଆ ବର୍ଗର ଲୋକଙ୍କ ସଂଖ୍ୟା ଅଧିକ। ଏଣୁ କେନ୍ଦ୍ରୀୟ ବଜେଟର ଲାଭ ସମସ୍ତଙ୍କୁ ସମାନ ମିଳିବାକୁ ଥିବା ବେଳେ ରାଜ୍ୟର ନିଶ୍ଚିତ ସାମଗ୍ରିକ ଲାଭ ହେବ ବୋଲି କହିଛନ୍ତି ଧର୍ମେନ୍ଦ୍ର।

{"id":218868,"sizeSlug":"large"}

ଏଥିରେ କେନ୍ଦ୍ର ସରକାର ପ୍ରଥମ ଥର ବେଜେଟ୍‌ରେ ସାଗରମିତ୍ର ଓ ବ୍ଲୁ ଇକୋନମୀ ଭଳି  କାର୍ଯ୍ୟକ୍ରମ ରଖିଛନ୍ତି। ଯାହା ଯୁବକଙ୍କୁ ଆତ୍ମନିର୍ଭରଶୀଳ କରିବାରେ ସହାୟକ ହେବ ବୋଲି ଧର୍ମେନ୍ଦ୍ର ଆଶାବ୍ୟକ୍ତ କରିଛନ୍ତି। ଏଭଳି କାର୍ଯ୍ୟକ୍ରମ ଯୋଗୁ ସାମୁଦ୍ରିକ ବାଣିଜ୍ୟରେ ଦେଶର ଯୁବକଙ୍କ ଭାଗୀଦାରୀ ବଢିବ। ଏଥିରୁ ଓଡିଶା ମଧ୍ୟ ଉପକୃତ ହେବ ବୋଲି ଧର୍ମେନ୍ଦ୍ର କହିଛନ୍ତି। ଶିକ୍ଷା ଓ ସ୍ୱାସ୍ଥ୍ୟରେ ମଧ୍ୟ ନିବେଶର ନୂଆ ସୁଯୋଗ ସୃଷ୍ଟି କରିବ ବଜେଟ୍। ଦେଶରେ ନୂଆ ଶିକ୍ଷାନୀତି ଆସିବାକୁ ଥିବା ବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ସରକାରୀ ନିବେଶ ବଢିବ। ଏହାର ଲାଭ ମଧ୍ୟ ରାଜ୍ୟକୁ ମିଳିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।

{"id":218869,"sizeSlug":"large"}

ଏହା ଛଡା ପଞ୍ଚଦଶତମ ଅର୍ଥ କମିଶନଙ୍କ ସୁପାରିଶ ଏବେ ମିଳିଥିବା ଧର୍ମେନ୍ଦ୍ର ସୂଚନା ଦେଇଥିବା ବେଳେ ଏଥିରେ ଥିବା ସର୍ତ୍ତ ଆମ ରାଜ୍ୟ ଲାଗି ବେଶ ଅନୁକୂଳ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଏଥିରେ କମିଶନଙ୍କ ଜଙ୍ଗଲ ସୁପାରିଶକୁ ଦେଖିଲେ ରାଜ୍ୟକୁ ଏହାର ଆଶାତୀତ ଲାଭ ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର। ସେହିପରି ଶୁଳ୍କ ଶରଳିକରଣ ନିଷ୍ପତ୍ତି ଯୋଗୁ ଦେଶ ସମେତ ରାଜ୍ୟର ବାଣିଜ୍ୟ ବ୍ୟବସାୟକୁ ବି ପ୍ରୋତ୍ସାହନ ମିଳିବ ବୋଲି କହିଛନ୍ତି ଧର୍ମେନ୍ଦ୍ର।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.