ଏପ୍ରିଲ ୯ରୁ IPL : ନେଟ୍‌ସରେ ଧୋନୀଙ୍କ ଧୂଆଁଧାର ବ୍ୟାଟିଂ, ମାରୁଛନ୍ତି ହେଲିକପ୍ଟର ସଟ୍‌, ଭିଡିଓ ଭାଇରାଲ...

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୦୫/୦୪ : ଏପ୍ରିଲ ୯ରୁ ଆରମ୍ଭ ହେଉଛି ଇଣ୍ଡିଆନ ପ୍ରମିୟର ଲିଗ୍‌ (IPL) ମହାସମର । ହାଇ ଭୋଲଟେଜ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ଜବରଦସ୍ତ ଫର୍ମରେ ନଜର ଆସିଛନ୍ତି । ନେଟ୍‌ସରେ ଧୋନୀ ବିଶାଳ ସଟ୍‌ମାନ ଖେଳୁଥିବା ଦେଖିବାକୁ ମିଳିଛି । ଯାହାର ଭିଡିଓ ସେୟାର କରିଛି ଆଇପିଏଲ ଫ୍ରାଞ୍ଚାଇଜ୍‌ ଚେନ୍ନାଇ ।

୧୪ ତମ ସିଜିନର ପ୍ରଥମ ମ୍ୟାଚ ଆସନ୍ତା ଏପ୍ରିଲ ୧୦ରେ ଦିଲ୍ଲୀ କ୍ୟାପିଟାଲ୍ସ ବିରୁଦ୍ଧରେ ଖେଳିବ ଚେନ୍ନାଇ । ତେବେ ଟୁର୍ଣ୍ଣାମେଣ୍ଟ ଆାରମ୍ଭ ପୂର୍ବରୁ ଏମ୍‌ଏସ୍‌ ଧୋନୀ ଯେଉଁଭଳି ଅନ୍ଦାଜରେ ବ୍ୟାଟିଂ କରୁଛନ୍ତି ତାହା ଟିମ ପାଇଁ ବେଶ ସହାୟକ ହେବ ବୋଲି ଆଶା କରାଯାଉଛି । ନିଜ ପୁରୁଣା ଅଙ୍ଗଭଙ୍ଗିରେ ନେଟ୍‌ସରେ ବ୍ୟାଟିଂ ଜାରି ରଖିଛନ୍ତି ଧୋନୀ ।

wp:html
/wp:html

ଚେନ୍ନାଇ ସୁପର କିଙ୍ଗସ୍‌ ପାଇଁ ପୂର୍ବ ସିଜିନ ବହୁତ ଖରାପ ଥିଲା । ତେଣୁ ଗତ ସିଜିନକୁ ଭୁଲି ଦଳ, ଚଳିତ ସିଜିନରେ ଜବରଦସ୍ତ କମ୍‌ବ୍ୟାକ୍‌ କରିବାକୁ ଚାହିଁବ । ୟୁଏଇରେ ଖେଳାଯାଇଥିବା ପୂର୍ବ ଆଇପିଏଲରେ ଚେନ୍ନାଇ ପ୍ଲେ ଅଫ୍‌ରେ ମଧ୍ୟ ପ୍ରବେଶ କରିବାରେ ଅସଫଳ ହୋଇଥିଲା । ଏହାର ମୁଖ୍ୟକାରଣ ଥିଲା ଖରାପ ବ୍ୟାଟିଂ । ଚେନ୍ନାଇର ଉପରକ୍ରମର ବ୍ୟାଟ୍ସମ୍ୟାନ୍‌ମାନେ ବଡ ଇନିଂସ ଖେଳିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିଲେ । ଯାହା ଫଳରେ ଟିମ୍‌ ଅତି ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା । ତେବେ ଏହି ସିଜିନରେ ବ୍ୟାଟିଂ ଲାଇନକୁ ଆହୁରୀ ମଜବୁତ କରିବା ନେଇ ଲକ୍ଷ୍ୟ ରଖିଛି ଚେନ୍ନାଇ ।

ଚେନ୍ନାଇ ସୁପର କିଙ୍ଗସ୍‌ ନିକଟରେ ଏମ୍‌ଏସ୍‌ ଧୋନୀ, ସୁରେଶ ରୈନା, ଅମ୍ବାତି ରାୟଡୁ, ଫାଫ୍‌ ଡୁପ୍ଲେସିସ୍‌ ଭଳି ଷ୍ଟାର ଖେଳାଳୀ ଅଛନ୍ତି । ସେହିଭଳି ବୋଲିଂ ଲାଇନ୍‌ଅପ୍‌ କଥା କହିବାକୁ ଗଲେ ଦଳ​‌ରେ ଦୀପକ ଚହର, ଇମରାନ ତାହିର, ମିଚେଲ ସେଣ୍ଟନର, ଶାର୍ଦ୍ଦୁଳ ଠାକୁରଙ୍କ ଭଳି ବୋଲିର ଅଛନ୍ତି । ଚେନ୍ନାଇର ଅଲରାଉଣ୍ଡର ତାଲିକା ଲମ୍ବା । ଦଳରେ ଡ୍ବେନ୍‌ ବ୍ରାଭୋ, ରବିନ୍ଦ୍ର ଜାଡେଜା, ସାମ କରନଙ୍କ ଭଳି ଅଲରାଉଣ୍ଡର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.