ଷ୍ଟାଡିୟମ୍ ବାହାରେ ଚା’ ବିକ୍ରି କରୁଥିଲେ ଧୋନୀଙ୍କ ପିଲା ଦିନର ବନ୍ଧୁ, ତାଙ୍କୁ ଦେଖି କ’ଣ କଲେ ଧୋନୀ ଜାଣନ୍ତୁ

Published By : Prameya-News7 Bureau | July 23, 2019 IST

ମୁମ୍ବାଇ ୨୩|୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଓ୍ବିକେଟ୍ କିପର ମହେନ୍ଦ୍ର ସିଂ ଧୋନୀ ଜଣେ ଦୟାଳୁ ବୋଲି ସମସ୍ତେ ଜାଣିଛନ୍ତି । ଧୋନୀ ତାଙ୍କ ମହାନତା ପାଇଁ ସବୁ ସମୟରେ ପ୍ରଶଂସାର ପାତ୍ର ହୋଇଛନ୍ତି ମଧ୍ୟ । ଯେତେବେଳେ କେହି ଗରିବ ଏବଂ ଅସହାୟ ବ୍ୟକ୍ତି ତାଙ୍କ ନିକଟକୁ ଯାଇଥାଏ ଧୋନୀ ତାଙ୍କୁ କେବେ ଖାଲି ହାତରେ ଫେରାନ୍ତି ନାହିଁ । ସୂଚନାଯୋଗ୍ୟ ଯେ, ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନମାନଙ୍କ ପରିବାର ପାଇଁ ମହେନ୍ଦ୍ର ସିଂହ ଧୋନୀ ଏବଂ ବିସିସିଆଇ ମିଳିତ ଭାବେ ୨୦ ଲକ୍ଷ ଟଙ୍କାର ସାହାଯ୍ୟ କରିଥିଲେ ।

{"id":136421}

ସୂଚନା ଅନୁସାରେ ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ସିରିଜ୍ ଚାଲିଥିଲା । ମ୍ୟାଚ୍ ସରିବା ପରେ ସମସ୍ତ ଖେଳାଳି ଷ୍ଟାଡିୟମ୍ ବାହାରକୁ ଯାଉଥିଲେ । ସେହି ସମୟରେ ମହେନ୍ଦ୍ର ସିଂହ ଧୋନୀଙ୍କ ନଜର ଷ୍ଟାଡିୟମ୍ ବାହାରେ ଥିବା ଏକ ଚା’ ଷ୍ଟଲ ଉପରେ ପଡିଥିଲା । ସେହି ଷ୍ଟଲରେ ଚା’ ବିକ୍ରି କରୁଥିବା ବ୍ୟକ୍ତି ଜଣଙ୍କ ଥିଲେ ତାଙ୍କ ପିଲା ଦିନର ବନ୍ଧୁ । ଯେତେବେଳେ ଧୋନୀ ଟିଟିଇ କାମ କରୁଥିଲେ ସେତେବେଳେ ଥମାସ (ଚା’ ବିକ୍ରି କରୁଥିବା ବ୍ୟକ୍ତି) ସେହି ରେଲଓ୍ବେ ଷ୍ଟେସନରେ ଚା’ ବିକ୍ରି କରୁଥିଲେ । ସେତେବେଳେ ଧୋନୀ ତାଙ୍କ ଦୋକାନରେ ଦିନର ବହୁ ଥର ଚା’ ପିଇବାକୁ ଯାଉଥିଲେ ।

{"id":136422,"width":574,"height":436}

ଯେତେବେଳେ ଧୋନୀ ସେହି ଚା’ ଷ୍ଟଲରେ ତାଙ୍କ ବନ୍ଧୁଙ୍କୁ ଦେଖିଥିଲେ ସେତେବେଳେ ସେ ତାଙ୍କ ନିକଟକୁ ଯାଇ ତାଙ୍କୁ ଖୁସିରେ ଆଲିଙ୍ଗନ କରିଥିଲେ । ତାଙ୍କର ସବୁ ପୁରୁଣା ସାଙ୍ଗଙ୍କ ସହିତ ଧୋନୀ ଥମାସଙ୍କୁ ମଧ୍ୟ ଡିନର ପାଇଁ ନିମନ୍ତ୍ରଣ କରିଥିଲେ । ଧୋନୀ ଥମାସଙ୍କୁ ଆର୍ଥିକ ସହାୟତା ମଧ୍ୟ କରିଥିଲେ । ଫଳରେ ଥମାସ ଆଜି ଏକ ଭଲ ରେଷ୍ଟୁରାଣ୍ଟ ଚଳାଉଛନ୍ତି । ଧୋନୀଙ୍କ ଏଭଳି ମହାନତା ପାଇଁ ସେ ସବୁବେଳେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.