ରାଞ୍ଚି କ୍ରିକେଟର ଭୀଷ୍ମ ପିତାମହ ତଥା ଧୋନିଙ୍କ ମେଣ୍ଟର ଦେୱଲ୍ ସହାୟଙ୍କ ପରଲୋକ
24/11/2020 at 1:52 PM

ରାଞ୍ଚି ୨୪/୧୧ : ବିହାର କ୍ରିକେଟ ଆସୋସିଏସନର ଉପାଧ୍ୟକ୍ଷ ଥିବା ଦେୱଲ ସହାୟଙ୍କର ପରଲୋକ ହୋଇଛି। ସେ ରାଞ୍ଚି ମେଡ଼ିକା ହସ୍ପିଟାଲରେ ଭର୍ତ୍ତି ଥିଲେ। ମଙ୍ଗଳବାର ସକାଳୁ ତାଙ୍କର ପରଲୋକ ହୋଇଛି। ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ। ସେ ରାଞ୍ଚି କ୍ରିକେଟର ଭୀଷ୍ମ ପିତାମହ ଥିଲେ। ତାଛଡା ଇଣ୍ଡିଆ ଟିମର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନିଙ୍କ ମେଣ୍ଟର ମଧ୍ୟ ଥିଲେ।
କ୍ରିକେଟ ସହ ଦେୱଲ ସହାୟଙ୍କ ଗଭୀର ସମ୍ପର୍କ ଥିଲା। ଖେଳ କୋଟା ଅନୁସାରେ ଅନେକ ଖେଳାଳିଙ୍କୁ ସେ ନିଯୁକ୍ତି ମଧ୍ୟ ଦେଇଥିଲେ। ଖାସ କଥା ହେଲା ଖେଳ ମଇଦାନରେ ସେ ନିଜେ ଉପସ୍ଥିତ ରୁହନ୍ତି।
ସୂଚନାଯୋଗ୍ୟ ଯେ, ମଙ୍ଗଳ ଭୋର ସମୟରେ ଦେଭଲ ସହାୟଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା। ଗତ ୩ ମାସ ହେଲା ସେ ଅସୁସ୍ଥ ଥିଲେ। ମେଡ଼ିକା ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।
ଦେୱଲ ସହାୟ ସିସିଏଲର ବ୍ୟକ୍ତିଗତ ନିର୍ଦ୍ଦେଶକ ପଦରୁ ଅବସର ନେଇଥିଲେ। ତାଙ୍କର ଅଫିସିଆଲ ନାଁ ଦେବବ୍ରତ ସହାୟ। କ୍ରିକେଟ ଜଗତରେ ସେ ଦେବଲ ଦା ଭାବେ ପରିଚିତ। ତାଙ୍କ ନିଧନରେ ଅନେକ ଖେଳ ପ୍ରେମୀ ଶୋକ ବ୍ୟକ୍ତ କରିଛନ୍ତି।
ଦେୱଲ ସହାୟଙ୍କୁ ରାଞ୍ଚି ଖେଳ କ୍ରିକେଟର ଭୀଷ୍ମ ପିତାମହ ବୋଲି କୁହାଯାଏ। ସେ ଯେଉଁଠି ରହିଲେ ବି ଖେଳାଳିଙ୍କ ଉତ୍ସାହ ବଢ଼ାଇଥାନ୍ତି। ଧୋନି, ପ୍ରଦୀପ ଖାନ୍ନା, ଆଦିଲ ହୁସେନ, ଅନବର ମୁସ୍ତାଫା, ଧନଞ୍ଜୟ ସିଂହ, ସଂଜୀବ ସିହ୍ନା, ରାଜୀବ ରାଜାଙ୍କ ସମେତ ଅନେକ ଖେଳାଳିଙ୍କ କ୍ୟାରିଅର ଗଢିବାରେ ତାଙ୍କର ହାତ ରହିଛି।