ନିଶୁଆ ଧୋନୀ: ବିଗ୍ ବିଙ୍କ ସହ ଆଡ୍ ଭିଡିଓର ଲୁକ୍ ଏବେ ଭାଇରାଲ

Published By : Prameya-News7 Bureau | July 20, 2020 IST

ରାଞ୍ଚି, ୨୦|୦୭: ଗତ ଏକ ବର୍ଷ ଧରି କ୍ରିକେଟରୁ ଦୂରରେ ରହିଥିବା ମହେନ୍ଦ୍ର ସିଂ ଧୋନୀ ଏବେ ନୂଆ ଲୁକ୍‌ରେ ନଜର ଆସିଛନ୍ତି । ଯେଉଁଥିରେ ତାଙ୍କ ମୁହଁରେ ନିଶ ବଢିଯାଇଛି । ସେ ନିଶ ରଖିଥିବା ଦେଖିବାକୁ ମିଳିଛି । ଏହି ଲୁକ୍‌କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି ।

{"id":303084,"width":592,"height":674,"sizeSlug":"large"}

ଧୋନୀ ବିଜ୍ଞାପନ ପାଇଁ ଏହି ଲୁକ୍ କରିଥିବା କୁହାଯାଉଛି । ଏହାମଧ୍ୟରେ ମୋଟର୍ କମ୍ପାନୀ ଟିଭିଏସ ଅମିତାଭ ବଚ୍ଚନଙ୍କ ସହ ଧୋନୀଙ୍କ ଏକ ଭିଡିଓ ରିଲିଜ୍ କରିଛି । ଏହି ଭିଡିଓକୁ ବହୁ ପୂର୍ବରୁ ସୁଟିଂ କରାଯାଇଛି । କାରଣ ଏବେ ବିଗ୍ ବି ଅମିତାଭ କରୋନା ସଂକ୍ରମିତ ହେବା ପରେ ଚିକିତ୍ସିତ ହେଉଛନ୍ତି ।

{"id":303083,"width":746,"height":466,"sizeSlug":"large"}

ତେବେ ଭାଇରାଲ ହୋଇଥିବା ଫଟୋ ଟିଜର ଭିଡିଓରେ ରହିଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କାରଣ ଉଭୟରେ ଧୋନୀଙ୍କ ଲୁକ୍ ଭିନ୍ନ ରହିଛି । ଗତ ବିଶ୍ୱକପ ପରଠୁ ଧୋନୀ କ୍ରିକେଟରୁ ଦୂରରେ ରହିଛନ୍ତି । ଏବେ ସେ ନିଜର ପରିବାର ସହ ଫାର୍ମ ହାଉସରେ ସମୟ ଅତିବାହିତ କରୁଛନ୍ତି ।

ନିକଟରେ ଧୋନୀ ନିଜ ଫାର୍ମ ହାଉସରେ ଚାଷ କରୁଥିବା ନଜର ଆସିଥିଲେ । ଏପରିକି ସେ ଟ୍ରାକ୍ଟର୍ ଚଲାଉଥିବା ଫଟୋ ମଧ୍ୟ ଭାଇରାଲ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.