Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପିଠିରେ ୧୯ କିଲୋ ଓଜନ ଧରି ଆତଙ୍କବାଦୀ ପ୍ରବଣ ଦକ୍ଷିଣ କାଶ୍ମୀର ସୀମାରେ ଡ୍ୟୁଟି କରୁଛନ୍ତି ଧୋନୀ, ପ୍ରଥମ ଫଟୋ ହେଲା ଭାଇରାଲ

2/08/2019 at 3:16 PM

ନୂଆଦିଲ୍ଲୀ୨|୮: ଭାରତୀୟ ଟିମର ପୂର୍ବତନ ଅଧିନାୟକ ତଥା ଲେପ୍ଟିନାଣ୍ଟ କର୍ଣ୍ଣେଲ ମହେନ୍ଦ୍ର ସିଂହ ଧୋନୀ ଏବେ ଆତଙ୍କପ୍ରବଣ ଅଞ୍ଚଳରେ ଡ୍ୟୁଟି କରୁଛନ୍ତି । ଭାରତୀୟ ସେନାରେ ୨ଦିନ ହେଲା ଧୋନୀ ଯୋଗଦେଇଛନ୍ତି। ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଧୋନୀ ସେନା ବାହିନୀରେ କାମ କରିବେ। ଏହି ଦୁଇ ସପ୍ତାହ୧୯ କିଲୋ ଓଜନ ସହ ଧୋନୀଙ୍କୁ ସୀମାରେ ଦେଖିବାକୁ ମିଳିବ। ଅନ୍ୟ ଯବନାଙ୍କ ଭଳି ସୀମାରେ ଡ୍ୟୁଟି କରିବେ।

ଅନ୍ୟ ଯବାନଙ୍କ ଭଳି ଧୋନୀ ଜୀବନଯାପନ କରିବା ସହ ଗାର୍ଡ ଡ୍ୟୁଟି ମଧ୍ୟ କରିବେ। ୧୦୬ ପାରାଚୁଟ ରେଜିମେଣ୍ଟ ହେଉଛି ଟେରିଟୋରିଆଲ ସେନାର ଏକ ଅଂଶ। ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଧୋନୀ ଏହି ରେଜିମେଣ୍ଟ ସହ ରହିବେ। ଧୋନୀ ଥିବା ୟୁନିଟରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପ୍ରାୟ ୭୦୦ ଶହ ଯବାନ ଅଛନ୍ତି। ​ଗୋର୍ଖା, ଶିଖ୍, ରାଜପୁତ ଓ ଜାଠ୍‌ ଭଳି ଯବାନ ଏହି ରେଜିମେଣ୍ଟରେ ସାମିଲ ଅଛନ୍ତି। ମହେନ୍ଦ୍ର ସିଂହ ଧୋନୀଙ୍କୁ ଦିନ ଓ ରାତି ମିଶାଇ ଦୁଇଟି ସିପ୍ଟ କରିବାକୁ ପଡିବ।

ଧୋନୀଙ୍କ ପ୍ରଶିକ୍ଷଣ ସମୟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ ଯବାନମାନେ ଧୋନୀଙ୍କୁ ଘେରି  ରହିଛନ୍ତି। ଏବଂ ଧୋନି ବ୍ୟାଟରେ ଅଟୋଗ୍ରାଫ ଦେଉଛନ୍ତି। ଏହି ଫଟୋକୁ ଧୋନୀଙ୍କ ପ୍ରଶଂସକ ବେଶ୍‌ ପସନ୍ଦ କରିଛନ୍ତି।

ସୂଚନାଥାଉକି, ବିଶ୍ବକପ ସେମିଫାଇନାଲ ମ୍ୟାଚରେ ହାରିବା ପରେ ଧୋନୀ ଭାରତୀୟ ସେନାବାହିନୀରେ ଯୋଗ ଦେବେ ବୋଲି ନିଷ୍ପତ୍ତି ନେଇଥିଲେ। ଆଗାମୀ ଦିନରେ ହେବାକୁ ଥିବା ଟି-୨୦ ସିରିଜରେ ଧୋନୀ ଖେଳିବେ ନାହିଁ ବୋଲି ବିସିସିଆଇକୁ ମଧ୍ୟ ଅବଗତ କରାଦେଇଥିଲେ।

   Related Posts