Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆଜିର ଲଢ଼େଇକୁ ନେଇ ଧୋନୀଙ୍କ ଉପରେ ସଭିଙ୍କ ନଜର : ପାକିସ୍ତାନ ବିପକ୍ଷରେ ବେଶ ଭଲ ରେକର୍ଡ କରିଛନ୍ତି ମାହି

16/06/2019 at 8:18 AM

 ଇଂଲଣ୍ଡ ୧୬/୬: ପ୍ରଥମ ଥର ବିଶ୍ବକପ୍ ର ସବୁଠାରୁ ହାଇଭୋଲଟେଜ୍  ମ୍ୟାଚ୍  ଆଜି ଖେଳାଯିବ । ଭାରତ ପାକିସ୍ତାନ ମଧ୍ୟରେ ପୁଣି ପଡିଆରେ ହେବାକୁ ଯାଉଛି ଯୁଦ୍ଧ । ତେବେ ଏହି ଯୁଦ୍ଧର ଭାରତ ପକ୍ଷରୁ ସେନାପତି ବିରାଟ କୋହଲି ତ ନିଶ୍ଚିତ ଅଛନ୍ତି । ହେଲେ ବିରାଟଙ୍କ ଯୋଦ୍ଧା କିଏ । ତେବେ ଟିମ୍  ଇଣ୍ଡିଆର ଏମିତି ଜଣେ ଖେଳାଳି ଅଛନ୍ତି ଯିଏ ପାକିସ୍ତାନ ବୋଲରଙ୍କୁ ଧୁଲେଇ କରିବାର ଦମ୍ ରଖନ୍ତି । ଆଉ ଯାହାଙ୍କ ଆଗରେ ପାକିସ୍ତାନ ବୋଲର ପଡିଯାଏନ୍ତି ଫିକା । ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ସୁପର କୁଲ୍  ଧୋନି । …. 

ଆଜି ଚାଲିବ କି ଧୋନୀଙ୍କ ବ୍ୟାଟ୍  । ଆଜି ଧୋନି କରିବେ କି ପାକ୍  ବୋଲରଙ୍କ ଧୁଲେଇ ।  ଧୋନୀଙ୍କ ଫ୍ୟାନ୍  ତ ଏହା ହିଁ ଚାହୁଁଛନ୍ତି । ଓଲଡ୍  ଟ୍ରାଫୋର୍ଡରେ ମାଞ୍ଚେଷ୍ଟର୍ ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଏହି ଲଢେଇରେ ଧୋନୀ ପାକିସ୍ତାନ ବୋଲଙ୍କୁ ନିସ୍ତୁକ ପ୍ରହାର କରିବେ ବୋଲି କୁହାଯାଉଛି। ପୂର୍ବ ରେକର୍ଡ ବି ସମାନ କଥା କହୁଛି। ଯେବେ ବି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଛି ଟିମ୍  ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍  କିପର ବ୍ୟାଟସମ୍ୟାନ୍  ମହେନ୍ଦ୍ର ସିଂହ ଧୋନି ବଡ଼ ସ୍କୋର କରିଛନ୍ତି। ବର୍ତ୍ତମାନ ଟିମ୍  ଇଣ୍ଡିଆରେ ଯେତେ ଜଣ ଖେଳାଳି ଅଛନ୍ତି, ପାକିସ୍ତାନ ବିପକ୍ଷରେ ଧୋନିଙ୍କ ବ୍ୟାଟିଂ ହାର ସବୁଠାରୁ ଅଧିକ ।

ଭାରତ-ପାକିସ୍ତାନ ମୁକାବିଲାରେ ୧୦ରୁ ଅଧିକ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ କଥା ବିଚାରକୁ ନେଲେ ଧୋନିଙ୍କ ବ୍ୟାଟିଂ ଆଭରେଜ୍  ୫୫.୯୦ ରହିଛି। ଯାହା ଦୁଇ ଟିମ୍ ରେ ଥିବା ଖେଳାଳିମାନଙ୍କ ତୁଳନାରେ ସର୍ବାଧିକ । ଧୋନି ୨୦୧୫-୨୦୧୮ ମଧ୍ୟରେ ଖେଳିଥିବା ୩୦ଟି ଇନିଂସ୍ ରେ ୮ଥର ନଟଆଉଟ୍  ରହି ୧୨୩୦ ରନ୍  କରିଛନ୍ତି। ତେଣୁ ଧୋନୀଙ୍କ ବ୍ୟାଟ ଏଥର ଚାଲିବ ଆଉ ପାକିସ୍ତାନ ବୋଲରଙ୍କ ଯେ ଧୁମ୍  ଧୁଲେଇ ହେବ ଏହାହିଁ ଆଶା କରୁଛନ୍ତି ଭାରତୀୟ ଫ୍ୟାନ୍  । ତେବେ ୨୦୦୭ରେ ଓଲ୍ ଡ ଟ୍ରାଫୋର୍ଡରେ ଭାରତ ଇଂଲଣ୍ଡ ବିରୋଧରେ ଏଠାରେ ମ୍ୟାଚ୍  ଖେଳିଥିଲା । ଯେଁଉଥିରେ  ଧୋନୀ କରିଥିଲେ ୧୩ ରନ୍ । 

   Related Posts