ଝାରଖଣ୍ଡ ୧୪।୨: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପ୍ଟେନ ତଥା ୱିକେଟ୍ କିପର ଓ ବ୍ୟାଟସ୍ମ୍ୟାନ ମହେନ୍ଦ୍ର ସିଂ ଧୋନୀ ପୁଣି ଫେରିବେ ଷ୍ଟାଡିୟମକୁ। ଆଗାମୀ ଆଇପିଏଲ ଲାଗି ଏବେ ପ୍ରସ୍ତୁତିରେ ଲାଗିଛନ୍ତି। ଏହି ସୂଚନା ମିଳିଛି ତାଙ୍କ କୋଚ୍ ରାଜୀବ କୁମାରଙ୍କ ସୂତ୍ରରୁ। ଏଥିଲାଗି ସେ ଏବେ ଝାରଖଣ୍ଡ ରାଜ୍ୟ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ପ୍ରାକ୍ଟିସ ବି କରୁଥିବାର ଜଣାପଡିଛି।
{"id":224482,"sizeSlug":"large"}ଧୋନୀ ଶେଷ ଥର ୨୦୧୯ ୱାର୍ଲଡ କପ୍ କ୍ରିକେଟ୍ ଖେଳିଥିଲେ। ନ୍ୟୁଜିଲ୍ୟାଣ୍ଡ ବିରୋଧରେ ଖେଳାଯାଇଥିବା ସେମିଫାଇନାଲରୁ ସେ ଆଉ ଷ୍ଟାଡିୟମରେ ଦେଖାଯାଇ ନାହାନ୍ତି। ଟିମ ଇଣ୍ଡିଆର ପରବର୍ତ୍ତି ସିଡ୍ୟୁଲରେ ଧୋନୀ ସ୍ଥାନ ପାଇ ନଥିବା ବେଳେ ତାଙ୍କର ସନ୍ୟାସ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଥିଲା। ଏଥିରେ କିଛି ଦିନ ପୂର୍ବରୁ ଧୋନୀ ବିସିସିଆଇଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟରୁ ବାଦ ପଡିବା ତାଙ୍କର ପ୍ରତ୍ୟାବର୍ତ୍ତନ ନେଇ ଆଶଙ୍କା ସୃଷ୍ଟି କରିଥିଲା।
{"id":224483,"sizeSlug":"large"}ବିସିସିଆଇଙ୍କ ସୂଚୀରୁ ବାଦ ପଡିବା ପରେ ମୁଖ୍ୟ ଚୟନ କର୍ତ୍ତା ଏମ.ଏସ୍.କେ. ପ୍ରସାଦ ଓ ହେଡ କୋଚ୍ ରବି ଶାସ୍ତ୍ରୀ ଧୋନୀଙ୍କୁ ପୁଣି ଟିମରେ ଖେଳାଇବା ଲାଗି ପ୍ରଥମେ ତାଙ୍କୁ ପ୍ରମାଣିତ କରିବାକୁ ପଡିବ ବୋଲି କହିଥିଲେ। ସେହି ଅନୁସାରେ ଏବେ ଧୋନୀ ତାଙ୍କର ପ୍ରାକ୍ଟିସ କରୁଥିବା ବେଳେ ତାଙ୍କ କୋଚ୍ ଆଇପିଏଲ ୨୦୨୦ ଲାଗି ସେ ଏହି ଅଭ୍ୟାସ କରୁଥିବା କହିଛନ୍ତି। ଏଣୁ ଟିମରେ ଧୋନୀଙ୍କ ପ୍ରତ୍ୟାବର୍ତନ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାରେ ଏବେ ବିରାମ ଲାଗିବ ବୋଲି ଆଶା କରାଯାଉଛି।