ଆଜିଠୁ ପୂରା ନୂଆ ଅବତାରରେ ମହେନ୍ଦ୍ର ସିଂହ ଧୋନି : ଏକେ-୪୭ସହିତ କରିବେ ପେଟ୍ରୋଲିଂ

Published By : Prameya-News7 Bureau | July 31, 2019 IST

ନୂଆଦିଲ୍ଲୀ ୩୧/୭: ଇଣ୍ଡିଆ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଜିଠୁ ନୂଆ ଅବତାର ଗ୍ରହଣ କରିଛନ୍ତି। ଅସଲ କଥା ହେଲା ଧୋନି ଆଜି ପ୍ରଥମ ଥର କାଶ୍ମୀରରେ ଆତଙ୍କବାଦ ବିରୋଧୀ ୟୁନିଟରେ ସାମିଲ ହୋଇଛନ୍ତି। ଏହା ପରେ ସେ ପାରା କମାଣ୍ଡୋ ବାଟାଲିୟନରେ ୧୫ଦିନ ଡ୍ୟୁଟି କରିବେ। ଏହା ସହିତ ଏଥର ସ୍ବାଧୀନତା ଦିବସ ଅବସରରେ ମଧ୍ୟ ସେ ସେଠାରେ ନଜର ଆସିବେ। ଏହାପରେ ସେ ଟ୍ରେନିଙ୍ଗ୍ ପାଇଁ ବେଙ୍ଗାଲୁରୁ ଯିବେ। ଆତଙ୍କବାଦୀପ୍ରବଣ ଅଞ୍ଚଳରେ ଧୋନି ୧୯କିଲୋ ଓଜନ ପିଠିରେ ଧରିର ଚାଲିବେ ଓ ପହରା ଦେବେ।

{"id":139315}

ମହେନ୍ଦ୍ର ସିଂହ ଧୋନି ପାରା କମାଣ୍ଡୋଙ୍କ ଯେଉଁ ବାଟାଲିୟନରେ ନିୟୋଜିତ ହେବେ ତାହା ସୈନିକଙ୍କ ମିଳିତ ୟୁନିଟ୍। ଏଠାରେ ସେ ଦେଶର ଭିନ୍ନ ଭିନ୍ନ ଅଞ୍ଚଳରୁ ଆସିଥିବା ପାଖାପାଖି ୭୦୦ଜଣ ସୈନିକଙ୍କ ସହ ରହିବେ। ଏମାନଙ୍କ ମଧ୍ୟରେ ଗୋର୍ଖା, ଶିଖ, ରାଜପୁତ, ଜାଠ ଭଳି ସମସ୍ତ ରେଜିମେଣ୍ଟର ସୈନିକ ସାମିଲ ଅଛନ୍ତି। ଏଠାରେ ଧୋନି ଦିନ-ରାତି ଦୁଇଟି ଶିଫ୍ଟରେ ଡ୍ୟୁଟି କରିବେ।

ଧୋନି କର୍ମଚାରୀଙ୍କ ମେସରେ ରହିବା ବଦଳରେ ପ୍ରାୟ ୫୦ ସୈନିକଙ୍କ ସହ ବ୍ୟାରାକରେ ରହିବେ।  କାରଣ ଧୋନି ନିଜେ ଏପରି ଚାହୁଁଥିଲେ। ସେ ସୈନିକଙ୍କ ପାଇଁ ହୋଇଥିବା କ୍ୟୁବିକଲରେ ଗାଧୋଇବେ ନାହିଁ। ସ୍ବାଦିଷ୍ଟ ବଟର ଚିକେନ ପାଇଁ ପ୍ରସିଦ୍ଧ ଏହି ବାଟାଲିୟନରେ ସପ୍ତାହରେ ତିନି ଦିନ ଧୋନିଙ୍କୁ ଚିକେନ ଖାଇବାକୁ ମିଳିବ। ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଧୋନିଙ୍କୁ ୨୦୧୧ମସିହାରେ ସେନାର ଟେରିଟୋରିଆଲ ଆର୍ମିରେ କର୍ଣ୍ଣଲ ରାଙ୍କ ମିଳିଥିଲା।

ଧୋନି ଶ୍ରୀନଗରର ବାଦାମୀ ବ୍ୟାଗ୍ କେଣ୍ଟ ଏରିଆରେ ୮-୧୦ ସୈନିକଙ୍କ ସହ ଡ୍ୟୁଟି କରିବେ। ସେ ବୁଲେଟପ୍ରୃଫ ଜ୍ୟାକେଟ,ଏକେ-୪୭ ରାଇଫଲ ଏବଂ ୬ଟି ଗ୍ରେନେଡ ସହ ନିୟୋଜିତ ହେବେ। ଏହି ଡ୍ୟୁଟିର ଉଦ୍ଦେଶ୍ୟ ହେଉଛି ଲୋକଙ୍କ ସହ ମିଳା ମିଶା ଏବଂ ସେହି ଅଞ୍ଚଳରୁ ଗୁଇନ୍ଦା ତଥ୍ୟର ସୂଚନା ହାସଲ।

{"id":139316}

କେବଳ ଏତିକି ନୁହେଁ ଧୋନିଙ୍କୁ ଗାର୍ଡ଼ ୟୁନିଟର ଦେଖାରଖା ଦାୟିତ୍ବ ମଧ୍ୟ ମିଳିଛି। ଯାହା ୪-୪ଘଣ୍ଟାର ଦୁଇଟି ସିଫ୍ଟରେ କରାଯାଇଥାଏ। ଯେତେବେଳେ ଦିନର ଡ୍ୟୁଟି ଥିବ ଧୋନିଙ୍କୁ ସକାଳ୪ଟାରେ ଉଠିବାକୁ ପଡ଼ିବ।

ଏହା ବ୍ୟତୀତ ତାଙ୍କୁ ବଙ୍କରରେ ଅପଲକ ନୟନରେ ଛିଡ଼ା ରହିବାକୁ ପଡ଼ିବ। ଏହି ସିଫ୍ଟ ୨-୨ଘଣ୍ଟାର ହେବ। ଏଥିରେ ଧୋନିଙ୍କ ଧୈର୍ଯ୍ୟ ପରୀକ୍ଷା ନିଆଯିବ। ଏହି ଡ୍ୟୁଟି ସମୟରେ ଚୁପଚାପ୍ ଛିଡ଼ା ରହିବାକୁ ପଡ଼ିବ ଏବଂ ହଲଚଲ ନହୋଇ ଯିବା ଆସିବା କରୁ୍ଥିବା ଲୋକଙ୍କ ଉପରେ ନଜର ରଖିବାକୁ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.