Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେନି ଧୋନୀ, ସେନାବାହିନୀକୁ ଦେବେ ତିନିମାସ ସମୟ ବୋଲି କହିଲା ବିସିସିଆଇ…

20/07/2019 at 4:24 PM

ନୂଆଦିଲ୍ଲୀ୨୦|୭:  ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଧୋନୀ ଯିବେ ନାହିଁ ବୋଲି ଶନିବାର ଦିନ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି। କ୍ରିକେଟ ଖେଳରୁ ତିନି ମାସ ପର୍ଯ୍ୟନ୍ତ ଧୋନୀ ନିବୃତ୍ତ ରହିବେ ବୋଲି ମଧ୍ୟ ବିସିସିଆଇ ପକ୍ଷରୁ ସୂଚନା ମିଳିଛି। ଏହି ତିନି ମାସ ପାରାମିଲିଟାରୀ ରେଜିମେଣ୍ଟରେ ଧୋନୀ ସମୟ ବିତାଇବେ ବୋଲି କହିଛନ୍ତି।  

ଆସନ୍ତା କାଲି ଅର୍ଥାତ ଜୁଲାଇ ୨୧ ତାରିଖରେ ବିସିସିଆଇ ଓ୍ବିଷ୍ଟଇଣ୍ଡିଜ ଗସ୍ତ ପାଇଁ ଖେଳାଳି ଚୟନ କରିବ। ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଧୋନୀ ଯିବେ ନାହିଁ ବରଂ ଏହି ସମୟ ସମ୍ପୂର୍ଣ୍ଣଭାବେ ଭାରତୀୟ ଆର୍ମିକୁ ଦେବେ ବୋଲି ଧୋନୀଙ୍କ ଘନିଷ୍ଠ ବନ୍ଧୁ ତଥା ପୂର୍ବତନ ରଣଜୀ ଖେଳାଳି ମିହିର ଦିବାକର କହିଛନ୍ତି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, ଓ୍ବିଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ବୋଲି ଧୋନୀ ପୂର୍ବରୁ କହିଥିଲେ। ଆଗାମୀ ମ୍ୟାଚରେ ସେ ଖେଳିବେ ନାହିଁ ବରଂ ସେହି ସମୟ ଅର୍ମିକୁ ଦେବେ ବୋଲି ସେ କହିଛନ୍ତି।  ଓ୍ବିଷ୍ଟଇଣ୍ଡିଜ ଗସ୍ତ ନେଇ ଆସନ୍ତାକାଲି ଖେଳାଳି ଚୟନ କରାଯିବ। ହେଲେ ତା ପୂର୍ବରୁ ଧୋନୀ ତାଙ୍କର ନିଷ୍ପତ୍ତି ଶୁଣାଇଦେଇଛନ୍ତି।

ଧୋନୀ ନିଜର ନିଷ୍ପତ୍ତି ବାବଦରେ  ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଏମଏସକେ ପ୍ରସାଦଙ୍କୁ ମଧ୍ୟ ଜଣାଇ ଦେଇଛନ୍ତି। ଧୋନୀଙ୍କ ନିଷ୍ପତ୍ତି ଶୁଣିବା ପରେ ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଧୋନୀଙ୍କ କଥାରୁ ଜଣା ପଡ଼ୁଛି ସେ କ୍ରିକେଟ ଖେଳରୁ ସନ୍ୟାସ ନେବା କଥା ଚିନ୍ତା କରିନାହାନ୍ତି। ଧୋନୀଙ୍କ ବନ୍ଧୁ ମିହିର କହିଛନ୍ତି, ଓ୍ବଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ, ତେଣୁ ତାଲିକାରୁ ନିଜ ନାଁକୁ ବାଦ ଦେବା ପାଇଁ କହିଥିଲେ।

ଏହି ବାବଦରେ ବିସିସିଆଇକୁ ମଧ୍ୟ ସେ ଅବଗତ କରାଦେଇଥିଲେ। ଧୋନୀ ବର୍ତ୍ତମାନ ଭାରତୀୟ ଆର୍ମି ସହିତ ସମୟ କାଟବେ ବୋଲି ସେ କହିଛନ୍ତି। ମିହିର ଦିବାରକ କ୍ରିକେଟ ଖେଳରୁ ଧୋନୀଙ୍କ ସନ୍ୟାସ ନେବା କଥାକୁ ଖଣ୍ଡନ କରି କହିଛନ୍ତି, ଧୋନୀ କାହିଁକି ସନ୍ୟାସ ନେବେ? ସନ୍ୟାସ ନେବାର ଥିଲେ ବିଶ୍ବକପ ସମୟରେ ନେଇ ପାରିଥାନ୍ତେ। କ୍ରିକେଟ ଖେଳରେ ବୟସର ଗୁରୁତ୍ବ ନାହିଁ ବରଂ ଫିଟନେସ ଓ ଦଳ ପାଇଁ ରନ ସଂଗ୍ରହ କରିବା ଗୁରୁତ୍ବପୂର୍ଣ୍ମ ହୋଇଥାଏ । ଦଳରେ ଧୋନୀଙ୍କର ବଳିଷ୍ଠ ଭୂମିକା ରହିଆସିଛି। ତାଙ୍କଭଳି ଜଣେ ସୁଦକ୍ଷ ଓ୍ବିକେଟ କିପର କେହି ନାହାନ୍ତି ବୋଲି ଧୋନୀଙ୍କ ବନ୍ଧୁ ମିହିର ଦିବାକର କହିଛନ୍ତି।

 ମିହିର କହିଛନ୍ତି, ଧୋନୀ ତାଙ୍କଠାରୁ କମ୍ ବୟସ ଖେଳାଳିଙ୍କଠାରୁ ଫିଟ ଅଛନ୍ତି। କ୍ରିକେଟ ଖେଳରୁ ସନ୍ୟାସ ନେବା କଥା ଗଣାମଧ୍ୟମରେ ବାରମ୍ବାର କାହିଁକି ପ୍ରସାରଣ କରାଯାଛି ବୋଲି ପ୍ରଶ୍ନ କରିଥିଲେ। ସେ ଟିମ ନୁହଁ ବରଂ ଦେଶ ପାଇଁ ଖେଳନ୍ତି। ଭାରତୀୟ ଟିମର ଓ୍ବିକେଟ କିପର ଭାବରେ ଧୋନିଙ୍କ ବିକଳ୍ପ କେହି ନାହାନ୍ତି ବୋଲି ମିହିର କହିଛନ୍ତି।

ଧୋନୀଙ୍କ ଅଧିନାୟକତ୍ବ ସମୟରେ ବିଶ୍ବକପ, ଟି-୨୦ ବିଶ୍ବକପ ଓ ଚାମ୍ପିୟାନସିପ ଟ୍ରଫି ଭାରତୀୟ ଟିମ ହାସଲ କରିଥିଲା। ଚଳିତ ବିଶ୍ବକପ ସେମିଫାଇନାଲ ମ୍ୟାଚରେ ଧୋନୀ ୫୦ ରନ କରିଥିଲେ। ଧୋନୀ ୩୫୦ଟି ଏକଦିବସୀୟ ମ୍ୟାଚ, ୯୦ଟି ଟେଷ୍ଟ ମ୍ୟାଚ ଓ ୯୮ଟି ଟି-୨୦ ମ୍ୟାଚ ଖେଳିଛନ୍ତି।

   Related Posts