Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ମହେନ୍ଦ୍ର ସିଂହ ଧୋନୀଙ୍କୁ ବିସିସିଆଇ ଦେଲା ନୂତନ ଦାୟିତ୍ଵ, ଟି-୨୦ ବିଶ୍ଵ କପ୍‌ ପାଇଁ ଦଳର କରିବେ ମାର୍ଗଦର୍ଶନ

8/09/2021 at 10:22 PM

ନୂଆଦିଲ୍ଲୀ ୦୮।୦୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ଏଥର ଟି-୨୦ ବିଶ୍ଵ କପ୍  ପାଇଁ ବିସିସିଆଇ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ଦଳରେ ସାମିଲ କରିଛି। ଧୋନୀଙ୍କୁ ଦଳର ମେଣ୍ଟର ବା ମାର୍ଗଦର୍ଶକ କରାଯାଇଛି। ଗତ ବର୍ଷ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ।

ବିସିସିଆଇ ସଂପାଦକ ଜୟ ଶାହା ଟ୍ଵିଟ୍ କରି କହିଛନ୍ତି, ଟି-୨୦ ବିଶ୍ଵ କପ୍‌ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କୁ ଦଳର ମେଣ୍ଟର କରାଯାଇଛି।  ଧୋନୀ ବର୍ତ୍ତମାନ ଆଇପିଏଲର ଦ୍ଵିତୀୟ ପର୍ଯ୍ୟାୟ ପାଇଁ ୟୁଏଇରେ ଅଛନ୍ତି। ଏଠାରେ ହିଁ ଟି-୨୦ ବିଶ୍ଵ କପ୍ ଖେଳାଯିବ।

ସୂଚନାଯୋଗ୍ୟ, ଧୋନୀଙ୍କ ନେତୃତ୍ଵରେ ଭାରତ ୨୦୦୭ରେ ଟି-୨୦ ବିଶ୍ଵ କପ୍ ଜିତିଥିଲା। ଧୋନୀଙ୍କ ନେତୃତ୍ଵରେ ଭାରତୀୟ ଦଳ ଦୀର୍ଘ ୨୮ ବର୍ଷ ପରେ ୨୦୧୧ରେ ଆଇସିସି ଦିନିକିଆ ବିଶ୍ଵ କପ୍ ଜିତିଥିଲା। ପୁଣି ଏହାର ଦୁଇ ବର୍ଷ ପରେ ୨୦୧୩ରେ ଧୋନୀଙ୍କ ଅଧିନାୟକତ୍ଵରେ ଭାରତ ଚାମ୍ପିଅନ୍ସ ଟ୍ରଫି ମଧ୍ୟ ହାତେଇଥିଲା।

ଏହି ପରି ଧୋନୀ ଆଇସିସିର ତିନି ପ୍ରମୁଖ ଟ୍ରଫି ଜିତିବାରେ ଏକ ମାତ୍ର ଅଧିନାୟକ ହେବାର ଇତିହାସ ରଚିଥିଲେ। ଧୋନୀ ଭାରତ ପକ୍ଷରୁ ୩୩୨ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି। ଏଥିରେ ୨୦୦ ଦିନିକିଆ, ୬୦  ଟେଷ୍ଟ ଏବଂ ୭୨ ଟି-୨୦ ଅନ୍ତର୍ଜାତୀୟ ମୁକାବିଲା ସାମିଲ୍।

ଟି-୨୦ ବିଶ୍ଵ କପ୍ ପାଇଁ ଭାରତୀୟ ଦଳ

ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ଇଶାନ କିଶନ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ରାହୁଲ ଚହର, ଆର ଅଶ୍ଵିନ, ଅକ୍ଷର ପଟେଲ୍, ବରୁଣ ଚକ୍ରବର୍ତ୍ତୀ, ଯଶପ୍ରୀତ ବୁମରା, ଭୁବନେଶ୍ଵର କୁମାର ଓ ମହମ୍ମଦ ଶାମି।

ରିଜର୍ଭ ଖେଳାଳି- ଦୀପକ ଚହର, ଶ୍ରେୟସ ଆୟର ଓ ଶାର୍ଦ୍ଦୁଳ ଠାକୁର।

   Related Posts